ମନ୍ଦିରର ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍ ହେବ ବୋଲି ଯୀଶୁ ଭବିଷ୍ୟବାଣୀ କଲେ [୨୪:୨] ।
ଯୁଗାନ୍ତର ଲକ୍ଷଣ କଅଣ ଓ ତାଙ୍କର ଆଗମନର ଚିହ୍ନ କ'ଣ ଏବଂ ଏହି ସବୁ ବିଷୟ କେବେ ଘଟିବ ବୋଲି ଶିଷ୍ୟମାନେ ଯୀଶୁଙ୍କୁ ପଚାରିଲେ [୨୪:୩]।
ଅନେକ ଖ୍ରୀଷ୍ଟ ବୋଲି ଆସି, ଅନେକଙ୍କୁ ଭ୍ରାନ୍ତ କରିବେ ବୋଲି ଯୀଶୁ କହିଲେ [୨୪:୫]।
ସ୍ଥାନେ ସ୍ଥାନେ ଦୂର୍ଭିକ୍ଷ ଓ ଭୂମିକମ୍ପ ପ୍ରସବବେଦନାର ଆରମ୍ଭ ବୋଲି ଯୀଶୁ କହିଲେ [୨୪:୬-୮]।
ବିଶ୍ଵାସୀମାନେ ବିଘ୍ନ ପାଇବେ, ପୁଣି ପରସ୍ପରକୁ ଧରାଇଦେବେ ଓ ପରସ୍ପରକୁ ଘୃଣା କରିବେ ବୋଲି ଯୀଶୁ କହିଲେ [୨୪:୯-୧୨]।
ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ ବୋଲି ଯୀଶୁ କହିଲେ [୨୪:୧୩] ।
ଯୁଗାନ୍ତ ପୂର୍ବରୁ ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ ବୋଲି ଯୀଶୁ କହିଲେ [୨୪:୧୪]।
ବିଶ୍ଵାସୀମାନେ ପର୍ବତମାଳାକୁ ପଳାଇ ଯିବା ଉଚିତ୍ ବୋଲି ଯୀଶୁ କହିଲେ [୨୪:୧୫-୧୮]।
ସେହି ଦିନମାନଙ୍କରେ ଏପରି ମହାକ୍ଲେଶ ଘଟିବ ଯେ, ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟି ନାହିଁ [୨୪:୨୧] ।
ମହା ଚିହ୍ନ ଓ ଅଦ୍ଭୂତ କର୍ମମାନ ଦେଖାଇ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବାବାଦୀମାନେ ଅନେକଙ୍କୁ ଭ୍ରାନ୍ତ କରିବେ[୨୪:୨୪]।
ବିଜୁଳି ଯେପରି ପୂର୍ବଦିଗରୁ ମାରି ପଶ୍ଚିମଦିଗ ପର୍ଯ୍ୟନ୍ତ ଦେଖାଯାଏ, ସେପରି ମନୁଷ୍ୟ-ପୁତ୍ରଙ୍କର ଆଗମନ ହେବ [୨୪:୨୭]।
ସୂର୍ଯ୍ୟ ଓ ଚନ୍ଦ୍ର ଅନ୍ଧକାରମୟ ହେବେ, ପୁଣି ନକ୍ଷତ୍ରମାଳା ଆକାଶରୁ ସ୍ଖଳିତ ହେବେ [୨୪:୨୯] ।
ପୃଥିବୀର ସମସ୍ତ ଗୋଷ୍ଠୀ ଆପଣା ଆପଣା ଛାତି ପିଟିବେ [୨୪:୩୦]।
ଯେତେବେଳେ ଦୂତମାନେ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ ସେତେବେଳେ ମହାତୂରୀଧ୍ୱନି ହେବ [୨୪:୩୧]।
ଏସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ଗୋଷ୍ଠୀ କୌଣସି ପ୍ରକାରେ ଲୋପ ପାଇବ ନାହିଁ ବୋଲି ଯୀଶୁ କହିଲେ [୨୪:୩୪] ।
ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ତାଙ୍କରି ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ ବୋଲି ଯୀଶୁ କହିଲେ [୨୪:୩୫] ।
ଏସମସ୍ତ ବିଷୟ କେବେ ଘଟିବ କେବଳ ପିତା ଜାଣନ୍ତି [୨୪:୩୬]।
ଲୋକମାନେ ବିବାହ ଦେବାରେ ପ୍ରବୃତ୍ତ ରହିବେ, ଖାଇବେ ଓ ପିଇବେ ପୁଣି, ଜଳପ୍ଳାବନ ଆସି ସମସ୍ତଙ୍କୁ ଭସାଇ ନ ନେବା ପର୍ଯ୍ୟନ୍ତ ଆସୁଥିବା ନ୍ୟାୟ ବିଷୟରେ କିଛି ଜାଣିବେ ନାହିଁ [୨୪:୩୭-୩୯]।
ତାଙ୍କରି ବିଶ୍ଵାସୀମାନେ ସର୍ବଦା ପ୍ରସ୍ତୁତ ରହିବା ଉଚିତ୍ କାରଣ ସେମାନେ ଜାଣନ୍ତି ନାହିଁ ଯେ କେଉଁ ଦିନ ପ୍ରଭୁ ଆଗମନ କରିବେ ବୋଲି ଯୀଶୁ କହିଲେ [୨୪:୪୨,୪୪]।
ଦୁଷ୍ଟ ଦାସ ଆପଣା ସହଦାସମାନଙ୍କୁ ପ୍ରହାର କରିବାକୁ ଲାଗେ, ଆଉ ମଦୁଆମାନଙ୍କ ସହିତ ଭୋଜନପାନ କରେ ଯେତେବେଳେ ସ୍ଵାମୀ ଦୂରରେ ଥାଆନ୍ତି [୨୪:୪୮-୪୯]।
ଯେତେବେଳେ ସେ ଫେରନ୍ତି, ଯେଉଁଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହୁଏ, ଦୁଷ୍ଟ ଦାସକୁ ସ୍ଵାମୀ ଦ୍ୱିଖଣ୍ଡ କରି ପଠାଇଦିଅନ୍ତି [୨୪:୫୧] ।