Matthew 23

Matthew 23:1

ଯେହେତୁ,ଶାସ୍ତ୍ରୀ ଓ ଫାରୂଶୀମାନେ ମୋଶାଙ୍କ ଆସନରେ ବସି ଅଛନ୍ତି,ସେମାନଙ୍କର ଶିକ୍ଷାକୁ କ'ଣ କରିବା ନିମନ୍ତେ ଯୀଶୁ ଲୋକମାନଙ୍କୁ କହିଲେ ?

ଶାସ୍ତ୍ରୀ ଓ ଫାରୂଶୀମାନେ ମୋଶାଙ୍କ ଆସନରେ ବସି ଯେଉଁ ଶିକ୍ଷା ଦେଉଥିଲେ ତାହା ଅନୁସରଣ କରିବା ନିମନ୍ତେ ଯୀଶୁ ଲୋକମାନଙ୍କୁ କହିଲେ [୨୩:୨-୩]।

କାହିଁକି ଯୀଶୁ ଶାସ୍ତ୍ରୀ ଓ ଫାରୂଶୀମାନଙ୍କ କର୍ମକୁ ଅନୁସରଣ ନ କରିବାକୁ ଲୋକମାନଙ୍କୁ କହିଲେ ?

ଯୀଶୁ କହିଲେ ସେମାନେ ସେମାନଙ୍କୁ ଅନୁସରଣ କରିବା ଉଚିତ୍ ନୁହେଁ କାରଣ ସେମାନେ କହନ୍ତି, କିନ୍ତୁ କରନ୍ତି ନାହିଁ [୨୩:୩] ।

Matthew 23:4

କେଉଁ ଉଦ୍ଦେଶ୍ୟରେ ଫାରୂଶୀ ଓ ଶାସ୍ତ୍ରୀମାନେ ତାଙ୍କର ସମସ୍ତ କାର୍ଯ୍ୟ କରନ୍ତି ?

ଫାରୂଶୀ ଓ ଶାସ୍ତ୍ରୀମାନେ ଲୋକଙ୍କୁ ଦେଖାଇବା ପାଇଁ ଆପଣା ଆପଣାର ସମସ୍ତ କ୍ରିୟାକର୍ମ କରନ୍ତି [୨୩:୫]।

Matthew 23:8

କାହାକୁ ଆମ୍ଭମାନଙ୍କର ପିତା ଜଣେ ଓ ଗୁରୁ ଜଣେ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯେ ଆମ୍ଭମାନଙ୍କର ପିତା ଜଣେ, ସେ ସ୍ୱର୍ଗରେ ଅଛନ୍ତି ଓ ଆମ୍ଭମାନଙ୍କର ଗୁରୁ ଜଣେ, ସେ ଖ୍ରୀଷ୍ଟ [୨୩:୮-୧୦]।

Matthew 23:11

ଯେକେହି ଆପଣାକୁ ଉନ୍ନତ ବୋଲି ଦେଖାଏ ପୁଣି ଯେକେହି ଆପଣାକୁ ନତ କରେ ତାହାକୁ ପରମେଶ୍ୱର କ'ଣ କରିବେ ?

ପରମେଶ୍ୱର ଯେକେହି ନିଜକୁ ଉନ୍ନତ କରେ ତାହାକୁ ନତ କରିବେ ଏବଂ ଯେକେହି ନିଜକୁ ନତ କରେ ତାହାକୁ ଉନ୍ନତ କରିବେ [୨୩:୧୩]।

Matthew 23:13

ଯେତେବେଳେ ଶାସ୍ତ୍ରୀ ଓ ଫାରୂଶୀମାନେ ଏକ ନୂତନ ପରିବର୍ତ୍ତନ କଲେ, କାହାର ପୁତ୍ର ସେ ଥିଲେ ?

ଯେତେବେଳେ ଶାସ୍ତ୍ରୀ ଓ ଫାରୂଶୀମାନେ ଏକ ନୂତନ ପରିବର୍ତ୍ତନ କଲେ, ସେ ଦୁଇଥର ନରକର ପୁତ୍ର ଥିଲେ , ଯେମିତି ସେମାନେ [୨୩:୧୫]।

କେଉଁ ନାମରେ ଯୀଶୁ ବାରମ୍ବାର ଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ ଡାକୁଥିଲେ ଯାହା ସେମାନଙ୍କର ଚରିତ୍ରକୁ ବର୍ଣ୍ଣନା କରେ ?

ଯୀଶୁ ବାରମ୍ବାର ଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ କପଟୀ କହି ଡାକୁଥିଲେ [୨୩:୧୩,୨୩,୨୫,୨୭,୨୯]।

Matthew 23:16

ଶପଥରେ ବାନ୍ଧି ହୋଇ ରହିବା ବିଷୟରେ ଯୀଶୁ ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଶିକ୍ଷା ବିଷୟରେ କ'ଣ କହିଲେ ?

ଯୀଶୁ କହିଲେ ଶାସ୍ତ୍ରୀ ଓ ଫାରୂଶୀମାନେ ଅନ୍ଧ ନିର୍ଦ୍ଦେଶକମାନେ ଓ ମୂଢ଼ ଅନ୍ଧମାନେ ଥିଲେ [୨୩:୧୬-୧୯]।

Matthew 23:23

ଶାସ୍ତ୍ରୀ ଓ ଫାରୂଶୀମାନେ ଯଦିଓ ସେମାନେ ପ୍ରତିଦିନ ପାନମହୁରୀ ଓ ଜୀରା, ଦଶମାଂଶ ଦେଉଥିଲେ ତଥାପି ସେମାନେ କେଉଁ ବିଷୟରେ ବିଫଳ ହୋଇଥିଲେ ?

ଶାସ୍ତ୍ରୀ ଓ ଫାରୂଶୀମାନେ, ବ୍ୟବସ୍ଥାର ଗୁରୁତର ବିଷୟଗୁଡ଼ିକ, ନ୍ୟାୟବିଚାର, ଦୟା ଓ ବିଶ୍ୱାସ, କରିବାରେ ବିଫଳ ହୋଇଥିଲେ [୨୩:୨୩]।

Matthew 23:25

କ'ଣ ଶାସ୍ତ୍ରୀ ଓ ଫାରୂଶୀମାନେ ପରିଷ୍କାର କରିବାକୁ ଭୁଲିଗଲେ ?

ଶାସ୍ତ୍ରୀ ଓ ଫାରୂଶୀମାନେ ଗିନାର ଭିତର ପଟ ପରିଷ୍କାର କରିବାକୁ ବିଫଳ ହୋଇଥିଲେ, ତେଣୁ ଥାଳୀର ବାହାର ପଟ ପରିଷ୍କାର ହୋଇପାରିଲା ନାହିଁ [୨୩:୨୫-୨୬] ।

Matthew 23:27

କେଉଁ ବିଷୟରେ ଶାସ୍ତ୍ରୀ ଓ ଫାରୂଶୀମାନେ ଭିତର ପଟ ପରିପୂର୍ଣ୍ଣ ହୋଇଥିଲେ ?

ଶାସ୍ତ୍ରୀ ଓ ଫାରୂଶୀମାନେ ଲୁଣ୍ଠନକର୍ମ, କପଟ ଓ ଅଧର୍ମରେ ପରିପୂର୍ଣ୍ଣ ଥିଲେ [୨୩:୨୫,୨୮]।

Matthew 23:29

ଶାସ୍ତ୍ରୀ ଓ ଫାରୂଶୀମାନଙ୍କର ପିତାମାନେ ପରମେଶ୍ୱରଙ୍କର ଭାବବାଦୀଙ୍କ ସହ କ'ଣ କରିଥିଲେ ?

ଶାସ୍ତ୍ରୀ ଓ ଫାରୂଶୀମାନଙ୍କର ପିତାମାନେ ପରମେଶ୍ୱରଙ୍କର ଭାବବାଦୀଙ୍କୁ ବଧ କରିଥିଲେ [୩:୨୯-୩୧]।

Matthew 23:32

କେଉଁ ନ୍ୟାୟ ଶାସ୍ତ୍ରୀ ଓ ଫାରୂଶୀମାନେ ସମ୍ମୁଖୀନ ହେବାକୁ ଯାଉଥିଲେ ?

ନରକର ନ୍ୟାୟ ଶାସ୍ତ୍ରୀ ଓ ଫାରୂଶୀମାନେ ସମ୍ମୁଖୀନ ହେବାକୁ ଯାଉଥିଲେ [୨୩:୩୩]।

Matthew 23:34

ଶାସ୍ତ୍ରୀ ଓ ଫାରୂଶୀମାନେ ଭାବାବାଦୀ, ଜ୍ଞାନୀ,ଓ ଶାସ୍ତ୍ରୀମାନଙ୍କୁ କ'ଣ କରିବେ,ଯେଉଁମାନଙ୍କୁ ସେ ପଠାଇବେ ?

ଯୀଶୁ କହିଲେ ସେମାନେ ସେମାନଙ୍କ ମଧ୍ୟରୁ କାହା କାହାକୁ ହତ୍ୟା କରିବେ ଓ କ୍ରୁଶରେ ବଧ କରିବେ, ଆଉ କାହା କାହାକୁ ସମାଜଗୃହରେ କୋରଡ଼ା ମାରିବେ ଓ ନଗରକୁ ନଗର ତାଡ଼ନା କରିବେ [୨୩:୩୪]।

ସେମାନଙ୍କ ବ୍ୟବହାରର ଫଳ ସ୍ଵରୂପ, କେଉଁ ଅପରାଧ ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଉପରେ ବର୍ତ୍ତିବ ?

ଧାର୍ମିକମାନଙ୍କ ପୃଥିବୀରେ ରକ୍ତପାତର ଅପରାଧ ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଉପରେ ବର୍ତ୍ତିବ [୨୩:୩୫]।

କେଉଁ ପିଢିକୁ ଏହି ସମସ୍ତ ବିଷୟ ଘଟିବ ବୋଲି ଯୀଶୁ କହିଲେ ?

ଏହି ପିଢ଼ିକୁ ତାହା ଘଟିବ ବୋଲି ଯୀଶୁ କହିଲେ [୨୩:୩୬]।

Matthew 23:37

କେଉଁ ଇଛା ଯୀଶୁ ଯିରୂଶାଲମର ସନ୍ତାନମାନଙ୍କ ପାଇଁ ରଖିଥିଲେ ଏବଂ କାହିଁକି ଏହା ସଫଳ ହେଲା ନାହିଁ ?

ଯୀଶୁ ଯିରୂଶାଲମର ସମସ୍ତ ସନ୍ତାନମାନଙ୍କୁ ଏକାଠି କରିବାକୁ ଇଛା କରିଥିଲେ ,କିନ୍ତୁ ସେମାନେ ରାଜି ହେଲେ ନାହିଁ [୨୩:୩୭]।

କିପରି ଯିରୂଶାଲମର ଗୃହ ବର୍ତ୍ତମାନ ଛାଡି ଦିଆଯାଇଛି ?

ଯିରୂଶାଲମର ଗୃହ ବର୍ତ୍ତମାନ ପରିତ୍ୟାଗ କରି ଛାଡି ଦିଆଯାଇଛି [୨୩:୩୮]।