କେତେକ ଏହି ନିମନ୍ତ୍ରଣକୁ ବେଖାତିର୍ କଲେ ଓ ଆପଣା ଆପଣା ବ୍ୟବସାୟକୁ ଚାଲିଗଲେ, ଆଉ ଅବଶିଷ୍ଟଲୋକ ତାଙ୍କ ଦାସମାନଙ୍କୁ ଧରି ଅତ୍ୟାଚାର କଲେ ଓ ବଧ କଲେ [୨୨:୨-୬] ।
ରାଜା ସୈନ୍ୟମାନଙ୍କୁ ପ୍ରେରଣକରି ସେହି ହତ୍ୟାକାରୀମାନଙ୍କୁ ବିନାଶ କଲେ ଏବଂ ସେମାନଙ୍କର ନଗର ଭୂମିସାତ କଲେ [୨୨:୭] ।
ତା'ପରେ ଭଲ ଓ ମନ୍ଦ ଯେତେଲୋକଙ୍କୁ ତାଙ୍କର ଦାସମାନେ ପାଇଲେ ସେ ସମସ୍ତଙ୍କୁ ବିବାହକୁ ନିମନ୍ତ୍ରଣ କଲେ [୨୨:୯-୧୦] ।
ରାଜା, ଏହାର ହାତଗୋଡ଼ ବାନ୍ଧି ଏହାକୁ ବାହାର ଅନ୍ଧାରରେ ପକାଇଦେଲେ [୨୨:୧୧-୧୩]।
ଫାରୂଶୀମାନେ ଯୀଶୁଙ୍କୁ ତାଙ୍କରି ବାକ୍ୟ ଦ୍ୱାରା ଫାନ୍ଦରେ ପକାଇବା ନିମନ୍ତେ ମନ୍ତ୍ରଣା କରୁଥିଲେ [୨୨:୧୫] ।
ସେମାନେ ଯୀଶୁଙ୍କୁ ପଚାରିଲେ କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନା [୨୨:୧୭]।
ଯୀଶୁ କହିଲେ ଯାହା କାଇସରଙ୍କର ତାହା କାଇସରଙ୍କୁ ଦିଅ ପୁଣି, ଈଶ୍ୱରଙ୍କର ଯାହା, ତାହା ଈଶ୍ୱରଙ୍କୁ ଦିଅ [୨୨:୨୧]।
ସାଦ୍ଦୂକୀମାନେ ବିଶ୍ଵାସ କରୁଥିଲେ ଯେ ସେଠାରେ ପୁନରୁତ୍ଥାନ ନାହିଁ ବୋଲି [୨୨:୨୩] ।
ସ୍ତ୍ରୀର ସାତଜଣ ସ୍ଵାମୀ ଥିଲେ [୨୨:୨୪-୨୭] ।
ଯୀଶୁ ସାଦ୍ଦୂକୀମାନେ ଧର୍ମଶାସ୍ତ୍ର ଓ ଈଶ୍ୱରଙ୍କ ଶକ୍ତି ଜାଣି ନାହାନ୍ତି ବୋଲି କହିଲେ [୨୨:୨୯]।
ଯୀଶୁ ପୁନରୁତ୍ଥାନରେ, ସେଠାରେ ବିବାହ ନାହିଁ ବୋଲି କହିଲେ [୨୨:୩୦]।
ଯୀଶୁ ଧର୍ମଶାସ୍ତ୍ରକୁ ଉଲ୍ଲେଖ କଲେ ଯେଉଁଠି ପରମେଶ୍ୱର କୁହନ୍ତି , ସେ ଅବ୍ରହାମଙ୍କ ଈଶ୍ୱର, ଇସ୍ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର, ମୃତମାନଙ୍କ ଈଶ୍ୱର ନୁହନ୍ତି, ମାତ୍ର ଜୀବିତମାନଙ୍କର [୨୨:୩୨]।
ବ୍ୟବସ୍ଥାଶାସ୍ତ୍ରଜ୍ଞ ଯୀଶୁଙ୍କୁ ବ୍ୟବସ୍ଥା ମଧ୍ୟରେ କେଉଁ ଆଜ୍ଞା ଶ୍ରେଷ୍ଠ ବୋଲି ପଚାରିଲେ [୨୨:୩୬]।
ଯୀଶୁ କହିଲେ ଯେ ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ୱରଙ୍କୁ ପ୍ରେମ କର ଏବଂ ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ଏହି ଦୁଇଟି ଶ୍ରେଷ୍ଠ ଆଜ୍ଞା ଥିଲା [୨୨:୩୭-୩୯] ।
ଖ୍ରୀଷ୍ଟ କାହାର ପୁତ୍ର ବୋଲି ଯୀଶୁ ସେମାନଙ୍କୁ ପଚାରିଲେ [୨୨:୪୨]।
ଖ୍ରୀଷ୍ଟ ଦାଉଦଙ୍କର ପୁତ୍ର ଥିଲେ ବୋଲି ଫାରୂଶୀମାନେ କହିଲେ [୨୨:୪୨]।
ଦାଉଦ ଯଦି ତାହାଙ୍କୁ ପ୍ରଭୁ ବୋଲି କହନ୍ତି ତେବେ ସେ କିପ୍ରକାରେ ତାହାଙ୍କର ସନ୍ତାନ [୨୨:୪୩-୪୫]।
ଫାରୂଶୀମାନେ ଯୀଶୁଙ୍କୁ ପଦେ ହେଲେ ଉତ୍ତର ଦେବାକୁ ସକ୍ଷମ ନ ଥିଲେ [୨୨:୪୬]।