Matthew 25

Matthew 25:1

ନିର୍ବୁଦ୍ଧି କନ୍ୟାମାନେ ଯେତେବେଳେ ବରଙ୍କ ସହିତ ସାକ୍ଷାତ କରିବାକୁ ଗଲେ କ'ଣ କଲେ ନାହିଁ ?

ନିର୍ବୁଦ୍ଧି କନ୍ୟାମାନେ ପ୍ରଦୀପ ନେବା ସମୟରେ ନିଜ ନିଜ ସହିତ ତୈଳ ନେଲେ ନାହିଁ [୨୫:୩]।

ସୁବୁଦ୍ଧି କନ୍ୟାମାନେ କ'ଣ କଲେ ଯେତେବେଳେ ସେମାନେ ବରଙ୍କ ସହିତ ସାକ୍ଷାତ କରିବାକୁ ଗଲେ ?

ସୁବୁଦ୍ଧି କନ୍ୟାମାନେ ଆପଣା ଆପଣା ପ୍ରଦୀପ ସହିତ ପାତ୍ରରେ ତୈଳ ନେଲେ [୨୫:୪]।

Matthew 25:5

କେତେବେଳେ ବର ଆସିଲେ ଏବଂ କେଉଁ ସମୟକୁ ଅପେକ୍ଷା କରାଯାଇଥିଲା ?

ଅର୍ଦ୍ଧରାତ୍ରିରେ ବର ଆସିଲେ ଯାହା ଅପେକ୍ଷା କରାଯାଇଥିବା ସମୟ ପରେ ଥିଲା [୨୫:୫-୬]।

Matthew 25:10

ଯେତେବେଳେ ବର ଆସିଲେ ସୁବୁଦ୍ଧି କନ୍ୟାଙ୍କ ସହିତ କ'ଣ ହେଲା?

ଯେତେବେଳେ ବର ଆସିଲେ ସୁବୁଦ୍ଧି କନ୍ୟାମାନେ ବର ସହିତ ବିବାହ-ଉତ୍ସବକୁ ଗଲେ [୨୫:୧୦]

ଯେତେବେଳେ ବର ଆସିଲେ ନିର୍ବୁଦ୍ଧି କନ୍ୟାମାନଙ୍କ ସହିତ କ'ଣ ଘଟିଲା ?

ନିର୍ବୁଦ୍ଧି କନ୍ୟାମାନଙ୍କୁ ଯାଇ ତେଲ କିଣିବାକୁ ଥିଲା ଏବଂ ଯେତେବେଳେ ସେମାନେ ଫେରି ଆସିଲେ ସେମାନଙ୍କ ପାଇଁ ବିବାହ-ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ ଦ୍ୱାର ବନ୍ଦ କରାଗଲା [୨୫:୮-୧୨]।

ଦଶ କନ୍ୟାଙ୍କ ଦୃଷ୍ଟାନ୍ତରୁ ବିଶ୍ଵାସୀମାନେ କ'ଣ ଶିଖନ୍ତୁ ବୋଲି ଯୀଶୁ କ'ଣ ଚାହୁଁଥିଲେ ବୋଲି ସେ କହିଲେ ?

ବିଶ୍ଵାସୀମାନେ ଜାଗ୍ରତ ରହିବା ଉଚିତ୍ ,କାରଣ ସେମାନେ ଜାଣନ୍ତି ନାହିଁ କେତେବେଳେ ସେହି ସମୟ ଆସିବ, ଯୀଶୁ କହିଲେ [୨୫:୧୩]।

Matthew 25:14

ଦାସମାନେ ପାଞ୍ଚ ତୋଡ଼ା ଓ ଦୁଇ ତୋଡା ସହ ସେମାନଙ୍କର ଜ୍ଞାନ ସହ କ'ଣ କଲେ ଯେତେବେଳେ ତାହାରି ପ୍ରଭୁ ଯାତ୍ରାରେ ଗଲେ ?

ଯେଉଁ ଦାସ ଜଣକ ପାଞ୍ଚ ତୋଡ଼ା ପାଇଥିଲା, ତାହା ଘେନି ଆଉ ପାଞ୍ଚ ତୋଡ଼ା ଲାଭ କଲା ଏବଂ ଯେ ଦୁଇଟି ପାଇଥିଲା, ସେ ଆଉ ଦୁଇଟି ଲାଭ କଲା [୨୫:୧୬-୧୭]।

Matthew 25:17

ଦାସ ଜଣକ ଗୋଟିଏ ତୋଡା ସହ କ'ଣ କଲା ଯେତେବେଳେ ତାହାର ପ୍ରଭୁ ଯାତ୍ରାରେ ଗଲେ ?

ଯେଉଁ ଦାସ ଗୋଟିଏ ତୋଡା ପାଇଥିଲା, ସେ ଯାଇ ମାଟି ଖୋଳି ଆପଣା ପ୍ରଭୁଙ୍କ ଟଙ୍କା ପୋତି ଲୁଚାଇ ରଖିଲା [୨୫:୧୮] ।

Matthew 25:19

କେତେ ସମୟ ପର୍ଯ୍ୟନ୍ତ ପ୍ରଭୁ ଯାତ୍ରାରେ ଦୂରରେ ଥିଲେ ?

ଅନେକ ସମୟ ପର୍ଯ୍ୟନ୍ତ ପ୍ରଭୁ ଯାତ୍ରାରେ ଥିଲେ [୨୫:୧୯] ।

ଯେତେବେଳେ ସେ ଫେରିଲେ ସେ ପାଞ୍ଚ ତୋଡ଼ା ଓ ଦୁଇ ତୋଡା ଲାଭ କରିଥିବା ଦାସଙ୍କ କ'ଣ କଲେ ?

ପ୍ରଭୁ କହିଲେ,'' ବେଶ୍‍, ଉତ୍ତମ ଓ ବିଶ୍ୱସ୍ତ ଦାସ,'' ଏବଂ ସେମାନଙ୍କୁ ବହୁତ ବିଷୟ ଉପରେ ନିଯୁକ୍ତ କଲେ [୨୫:୨୦-୨୩] ।

Matthew 25:26

ଯେତେବେଳେ ସେ ଫେରିଲେ ,ଯେଉଁ ଦାସ କେବଳ ଗୋଟିଏ ତୋଡା ଦେଲା ତାହା ସହିତ କ'ଣ କଲେ ?

ପ୍ରଭୁ କହିଲେ ,''ରେ ଦୁଷ୍ଟ ଓ ଅଳସ ଦାସ,''ଗୋଟିଏ ତୋଡା ତାହାଠାରୁ ନେଲେ ଓ ତାହାକୁ ଅନ୍ଧାରରେ ଫୋଫାଡିଲେ [୨୫:୨୪-୩୦]।

Matthew 25:31

ଯେତେବେଳେ ମନୁଷ୍ୟ ପୁତ୍ର ଆସନ୍ତି ଓ ତାଙ୍କରି ଗୌରବମୟ ସିଂହାସନରେ ବସନ୍ତି କ'ଣ ହେବ ?

ମନୁଷ୍ୟ ପୁତ୍ର ସମସ୍ତ ଜାତି ଏକତ୍ର କରିବେ, ଆଉ ସେ ସେମାନଙ୍କୁ ପରସ୍ପରଠାରୁ ପୃଥକ୍‍ କରିବେ [୨୫:୩୧-୩୨]।

Matthew 25:34

ରାଜାଙ୍କର ଦକ୍ଷିଣ ହସ୍ତ ଲୋକମାନେ କ'ଣ ପାଇବେ ?

ରାଜାଙ୍କର ଦକ୍ଷିଣ ହସ୍ତ ଲୋକମାନେ ଜଗତର ନିର୍ମାଣ ପୂର୍ବରୁ ଯେଉଁ ରାଜ୍ୟ ସେମାନଙ୍କ ନିମନ୍ତେ ପ୍ରସ୍ତୁତି ହୋଇଅଛି ପ୍ରାପ୍ତ କରିବେ [୨୫:୩୪]।

ଯେଉଁମାନେ ରାଜାଙ୍କର ଦକ୍ଷିଣ ପାର୍ଶ୍ୱସ୍ଥ ଲୋକମାନେ ସେମାନେ ତା'ଙ୍କ ଜୀବନରେ କ'ଣ କରିଥିଲେ ?

ଯେଉଁମାନେ ରାଜାଙ୍କର ଦକ୍ଷିଣ ପାର୍ଶ୍ୱରେ ଥିଲେ ସେମାନେ କ୍ଷୁଧିତକୁ ଭୋଜନ କରିବାକୁ ଦେଇଥିଲେ , ତୃଷିତକୁ ପାନ କରିବାକୁ ଦେଇଥିଲେ, ପ୍ରବାସୀକୁ ଆଶ୍ରୟ ଦେଇଥିଲେ, ଉଲଙ୍ଗକୁ ବସ୍ତ୍ର ପରିଧାନ କରାଇଥିଲେ,ପୀଡ଼ିତକୁ ଯତ୍ନ ନେଇଥିଲେ,କାରାଗାରରେ ବନ୍ଦୀ ନିକଟକୁ ଯାଇଥିଲେ [୨୫:୩୫-୪୦]।

Matthew 25:41

ଯେଉଁମାନେ ରାଜାଙ୍କର ବାମ ପାର୍ଶ୍ୱରେ ଅଛନ୍ତି ସେମାନେ କ'ଣ ପାଇବେ ?

ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନିକୁ ଯେଉଁମାନେ ରାଜାଙ୍କର ବାମ ପାର୍ଶ୍ୱରେ ଅଛନ୍ତି ପ୍ରାପ୍ତ କରିବେ [୨୫:୪୧]।

Matthew 25:44

ଯେଉଁମାନେ ରାଜାଙ୍କର ବାମ ପାର୍ଶ୍ୱରେ ଥିବା ଲୋକମାନେ କ'ଣ ଜୀବନରେ କରି ନ ଥିଲେ ?

ରାଜାଙ୍କର ବାମ ପାର୍ଶ୍ୱରେ ଥିବା ଲୋକମାନେ ସେମାନେ କ୍ଷୁଧିତକୁ ଭୋଜନ କରିବାକୁ ଦେଇ ନ ଥିଲେ, ତୃଷିତକୁ ପାନ କରିବାକୁ ଦେଇ ନ ଥିଲେ, ପ୍ରବାସୀକୁ ଆଶ୍ରୟ ଦେଇ ନ ଥିଲେ, ଉଲଙ୍ଗକୁ ବସ୍ତ୍ର ପରିଧାନ କରାଇ ନ ଥିଲେ, ପୀଡ଼ିତକୁ ଯତ୍ନ ନେଇ ନ ଥିଲେ, କାରାଗାରରେ ବନ୍ଦୀ ନିକଟକୁ ଯାଇ ନ ଥିଲେ [୨୫:୪୨-୪୫]।