Matthew 15

Matthew 15:4

ଫାରୂଶୀମାନେ ସେମାନଙ୍କର ପରମ୍ପରା ଦ୍ୱାରା କିପରି ପରମେଶ୍ୱରଙ୍କର ବାକ୍ୟକୁ ବ୍ୟର୍ଥ କରିଅଛନ୍ତି ସେଥିପାଇଁ କେଉଁ ଉଦାହରଣ ଯୀଶୁ ଦେଲେ ?

ଫାରୂଶୀମାନେ ପିତା,ମାତାଙ୍କଠାରୁ ପାଉଣା ଦ୍ୱାରା ସନ୍ତାନମାନଙ୍କୁ ଦୂରେଇ ଦେଇଥିଲେ ଯେପରି ଏକ ,''ପରମେଶ୍ୱରଙ୍କୁ ଉପହାର ଦିଆଯାଇଅଛି''[୧୫:୩-୬]।

Matthew 15:7

ଫାରୂଶୀମାନଙ୍କ ହୃଦୟ ଓ ମୁଖ ବିଷୟରେ ଯିଶାଇୟ କ'ଣ ଭାବବାଣୀ କଲେ ?

ଯିଶାଇୟ ଭାବବାଣୀ କଲେ ଯେ ଫାରୂଶୀମାନେ ମୁଖରେ ପରମେଶ୍ୱରଙ୍କୁ ସମାଦର କରିବେ, କିନ୍ତୁ ସେମାନଙ୍କ ହୃଦୟ ପରମେଶ୍ୱରଙ୍କଠାରୁ ଦୂରରେ ରହିଵ [୧୫:୭-୮] ।

ପରମେଶ୍ୱରଙ୍କ ବାକ୍ୟ ଶିକ୍ଷା ଦେବା ବଦଳରେ ଫାରୂଶୀମାନେ ସିଦ୍ଧାନ୍ତ ଭାବେ କ'ଣ ଶିକ୍ଷା ଦେଉଥିଲେ ?

ଲୋକମାନଙ୍କର ଆଜ୍ଞାଗୁଡିକକୁ ଫାରୂଶୀମାନେ ସିଦ୍ଧାନ୍ତ ଭାବେ ଶିକ୍ଷା ଦେଉଥିଲେ [୧୫:୯]।

Matthew 15:10

ଯୀଶୁ ମନୁଷ୍ୟକୁ କ'ଣ ଅଶୁଚି କରେ ନାହିଁ ବୋଲି କହିଲେ ?

ମନୁଷ୍ୟ ଯାହା ଖାଏ ତାହା ମନୁଷ୍ୟକୁ ଅଶୁଚି କରେ ନାହିଁ ବୋଲି ଯୀଶୁ କହିଲେ [୧୫:୧୧,୧୭,୨୦]।

ମନୁଷ୍ୟକୁ କ'ଣ ଅଶୁଚି କରେ ବୋଲି ଯୀଶୁ କହିଲେ ?

ମନୁଷ୍ୟର ମୁଖରୁ ଯାହା ବାହାରେ ତାହା ମନୁଷ୍ୟକୁ ଅଶୁଚି କରେ ବୋଲି ଯୀଶୁ କହିଲେ [୧୫:୧୧.୧୮-୨୦]।

Matthew 15:12

ଫାରୂଶୀମାନଙ୍କୁ ଯୀଶୁ କ'ଣ କହି ଡାକିଲେ ଏବଂ ସେମାନଙ୍କୁ କ'ଣ ଘଟିବ ବୋଲି ଯୀଶୁ କହିଲେ ?

ଫାରୂଶୀମାନଙ୍କୁ ଯୀଶୁ ଅନ୍ଧ ପଥପ୍ରଦର୍ଶକ କହିଲେ ,ଏବଂ ସେ କହିଲେ ସେମାନେ ଏକ ଖାତରେ ପଡିବେ ବୋଲି କହିଲେ [୧୫:୧୪]।

Matthew 15:18

କେଉଁ ପ୍ରକାରର ବିଷୟ ଯାହା ହୃଦୟରୁ ଆସେ ତାହା ମନୁଷ୍ୟକୁ ଅଶୁଚି କରେ ?

ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର,ବେଶ୍ୟାଗମନ, ଚୌର୍ଯ୍ୟ, ମିଥ୍ୟାସାକ୍ଷ୍ୟ ଓ ନିନ୍ଦା ବାହାରେ ଯାହା ମନୁଷ୍ୟକୁ ଅଶୁଚି କରେ [୧୫:୧୯]।

Matthew 15:21

ଯୀଶୁ ସର୍ବ ପ୍ରଥମେ କ'ଣ କଲେ ଯେତେବେଳେ ଜଣେ କିଣାନୀୟା ସ୍ତ୍ରୀ ଉଚ୍ଚ ସ୍ୱରରେ ତାଙ୍କୁ ଅନୁଗ୍ରହ କରିବା ପାଇଁ କହିବାକୁ ଲାଗିଲା ?

ଯୀଶୁ ତାହାକୁ ପଦେ ହେଲେ ଉତ୍ତର ଦେଲେ ନାହିଁ [୧୫:୨୩]।

Matthew 15:24

ଯୀଶୁଙ୍କର ଉତ୍ତର କ'ଣ ଥିଲା ଯେ ସେ କାହିଁକି କିଣାନୀୟ ସ୍ତ୍ରୀକୁ ସାହାଯ୍ୟ କରୁ ନ ଥିଲେ ?

ଯୀଶୁ ବାଖ୍ୟାକରି କହିଲେ ମୁଁ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ବିନା ଆଉ କାହା ନିକଟକୁ ପ୍ରେରିତ ହୋଇନାହିଁ [୧୫:୨୪] ।

Matthew 15:27

ଯେତେବେଳେ କିଣାନୀୟ ସ୍ତ୍ରୀ ନିଜକୁ ନମ୍ର କଲା, ଯୀଶୁ ତାହାକୁ କ'ଣ କହିଲେ ଏବଂ ତାହାରି ନିମନ୍ତେ କ'ଣ କଲେ ?

ଯୀଶୁ ସ୍ତ୍ରୀକୁ କହିଲେ ସ୍ତ୍ରୀର ବଡ଼ ବିଶ୍ୱାସ ଥିଲା ଏବଂ ସେ ତାହାର ଇଚ୍ଛା ସାଧନ କଲେ [୧୫:୨୮] ।

Matthew 15:29

ଏକ ବଡ଼ ଲୋକସମୂହ ନିମନ୍ତେ ଯୀଶୁ ଗାଲିଲୀରେ କ'ଣ କଲେ ?

ଯୀଶୁ ଖଞ୍ଜ, ପଙ୍ଗୁ, ଅନ୍ଧ, ମୂକ ମାନଙ୍କୁ ସୁସ୍ଥ କଲେ [୧୫:୩୦-୩୧]।

Matthew 15:32

କେତେକ ରୋଟୀ ଓ ମାଛରେ ଶିଷ୍ୟମାନେ ଲୋକସମୂହକୁ ଭୋଜନ କରିବାର ଥିଲା ?

ଶିଷ୍ୟମାନଙ୍କ ପାଖରେ ସାତୋଟି ରୋଟୀ ଓ କିଛି ମାଛ ଥିଲା[୧୫:୩୪]।

Matthew 15:36

ଯୀଶୁ ରୋଟୀ ଓ ମାଛ ସହ କ'ଣ କଲେ ?

ଯୀଶୁ ସେହି ସାତୋଟି ରୋଟୀ ଓ ମାଛଗୁଡ଼ିକ ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗିଲେ ଓ ସେହିସବୁ ଶିଷ୍ୟମାନଙ୍କୁ ଦେଲେ [୧୫:୩୬]।

କେତେ ଲୋକ ରୋଟି ଓ ମାଛ ଭୋଜନ କରି ପରିତୃପ୍ତ ହୋଇଥିଲେ ?

ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା, ଚାରିହଜାର ପୁରୁଷ ଥିଲେ ଭୋଜନ କରି ପରିତୃପ୍ତ ହେଲେ [୧୫:୩୮]

ସମସ୍ତେ ଭୋଜନ କଲାପରେ କେତେ ଖାଦ୍ୟ ବଳିପଡିଥିଲା ?

ସମସ୍ତେ ପରିତୃପ୍ତ ଭାବରେ ଭୋଜନ କଲାପରେ ସାତ ଟୋକେଇ ବଳିପଡିଥିଲା [୧୫:୩୭]।