ଫାରୂଶୀ ଓ ସାଦ୍ଦୂକୀମାନେ ଆକାଶରୁ ଗୋଟିଏ ଚିହ୍ନ ଦେଖାଇବା ପାଇଁ ତାହାକୁ ଅନୁରୋଧ କରିଥିଲେ [୧୬:୧] ।
ଫାରୂଶୀ ଓ ସାଦ୍ଦୂକୀମାନଙ୍କୁ ଯୀଶୁ ୟୂନସଙ୍କର ଚିହ୍ନ ଦେଖାଇବେ ବୋଲି କହିଲେ [୧୬:୪]।
ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀରଠାରୁ ସାବଧାନ ରୁହ ବୋଲି ଯୀଶୁ ତାହାରି ଶିଷ୍ୟମାନଙ୍କୁ କହିଲେ [୧୬:୬] ।
ଯୀଶୁ ତାଙ୍କରି ଶିଷ୍ୟଙ୍କୁ ଫାରୂଶୀ ଓ ସାଦ୍ଦୂକୀ ମାନଙ୍କଠାରୁ ସାବଧାନ ରହିବାକୁ କହୁଥିଲେ [୧୬:୧୨]।
ଯୀଶୁ ଶିଷ୍ୟମାନଙ୍କୁ ପଚାରିଲେ ,''ମନୁଷ୍ୟପୁତ୍ର କିଏ ବୋଲି ଲୋକେ କଅଣ କହନ୍ତି ''[୧୬:୧୩]?
କିଛି ଲୋକେ ଭାବିଲେ ଯେ ଯୀଶୁ ବାପ୍ତିଜକ ଯୋହନ, କେହି କେହି ଏଲୀୟ, ଆଉ କେହି କେହି ଯିରିମୀୟ ଅବା ଭାବବାଦୀମାନଙ୍କ ମଧ୍ୟରୁ ଜଣେ ଇତ୍ୟାଦି [୧୬:୧୪]।
ପିତର ଉତ୍ତର ଦେଲେ ,''ଆପଣ ଖ୍ରୀଷ୍ଟ,ଜୀବନ୍ତ ଈଶ୍ୱରଙ୍କ ପୁତ୍ର''[୧୬:୧୬] ।
ପିତର ଯୀଶୁଙ୍କର ଉତ୍ତର ଜାଣିଥିଲେ କାରଣ ପିତାଙ୍କ ଦ୍ୱାରା ଏହା ପ୍ରକାଶିତ ହୋଇଥିଲା [୧୬:୧୭]।
ଯୀଶୁ ପିତରକୁ ସ୍ୱର୍ଗରାଜ୍ୟର କଞ୍ଚି ଦେଲେ , ଆଉ ସେ ପୃଥିବୀରେ ଯାହା କିଛି ବନ୍ଦ କରିବ, ସ୍ୱର୍ଗରେ ତାହା ବନ୍ଦ ରହିବ [୧୬:୧୯] ।
ସେହି ସମୟଠାରୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ, ତାହାଙ୍କୁ ଅବଶ୍ୟ ଯିରୂଶାଲମକୁ ଯିବାକୁ ହେବ ଏବଂ ବହୁତ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି ତୃତୀୟ ଦିବସରେ ଉତ୍ଥିତ ହେବାକୁ ହେବ [୧୬:୨୧] ।
ଯୀଶୁ ପିତରକୁ କହିଲେ ,,''ମୋ' ଆଗରୁ ଦୂର ହୁଅ, ଶୟତାନ''[୧୬:୨୩]।
କେହି ଯେବେ ଯୀଶୁଙ୍କର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରି ଆପଣା କ୍ରୁଶ ବହନ କରୁ [୧୬:୨୪]।
ଯୀଶୁ କହିଲେ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ, ତେବେ ଏହା ମନୁଷ୍ୟକୁ ଲାଭ ଦାୟକ ନୁହେଁ [୧୬:୨୬]।
ମନୁଷ୍ୟପୁତ୍ର ଆପଣା ପିତାଙ୍କ ମହିମାରେ ନିଜ ଦୂତମାନଙ୍କ ସହିତ ଆଗମନ କରିବେ ବୋଲି ଯୀଶୁ କହିଲେ [୧୬:୨୭]।
ମନୁଷ୍ୟ ପୁତ୍ର ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବେ ଯେତେବେଳେ ସେ ଆସିବେ [୧୬:୨୭]।