ବାଟ ପାଖର ପଡିଥିବା ବିହନକୁ ଚଢ଼େଇମାନେ ଆସି ସେଗୁଡ଼ିକ ଖାଇଗଲେ [୧୩:୪] ।
ଅଳ୍ପ ମାଟି ଥିବା ପଥୁରିଆ ଭୂଇଁରେ ପଡ଼ିଥିବା ବିହନ ବେଶୀ ମାଟି ନ ଥିବାରୁ ଶୀଘ୍ର ଗଜା ହେଲା, କିନ୍ତୁ ସୂର୍ଯ୍ୟ ଦ୍ୱାରା, ଜଳିପୋଡ଼ିଗଲା ଓ ଚେର ନ ଥିବାରୁ ଶୁଖିଗଲା [୧୩-୫-୬] ।
କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା ବିହନ ଉଠି ବଡ଼ ହୋଇ ସେଗୁଡ଼ିକୁ କଣ୍ଟାଗଛଗୁଡ଼ାକ ମଧ୍ୟରେ ଚାପି ହେଲେ [୧୩:୭] ।
ଭଲ ଭୂଇଁରେ ପଡ଼ିଲା ବିହନ ଫଳଫଳିଲା, କେତେକ ଶହେ ଗୁଣ, କେତେକ ଷାଠିଏ ଗୁଣ, ପୁଣି କେତେକ ତିରିଶ ଗୁଣ [୧୩:୮] ।
ଯିଶାଇୟଙ୍କର ଭାବବାଣୀ କୁହେ ଯେ ଲୋକମାନେ ଶୁଣିବେ, କିନ୍ତୁ ବୁଝିପାରିବେ ନାହିଁ, ସେମାନେ ଦେଖିବେ କିନ୍ତୁ ଜ୍ଞାତ ହେବ ନାହିଁ [୧୩:୧୪] ।
ଲୋକମାନେ ଯୀଶୁଙ୍କୁ ଶୁଣିଲେ କିନ୍ତୁ ବୁଝିପାରିଲେ ନାହିଁ ସେମାନଙ୍କର ହୃଦୟ ଜଡ଼ ହେଲା, ସେମାନେ କାନରେ କଷ୍ଟରେ ଶୁଣିଲେ ଓ ଆପଣା ଆପଣା ଆଖି ବୁଜିଲେ[୧୩:୧୫]।
ବୁଣାଯାଇଥିବା ବାଟ ପାଖ ଭୂମିର ବିହନ ଜଣେ ବ୍ୟକ୍ତି ସଦୃଶ ଯିଏ ରାଜ୍ୟର ବାକ୍ୟ ଶୁଣି ନ ବୁଝେ, ପାପାତ୍ମା ଆସି ତାହାର ହୃଦୟରେ ଯାହା ବୁଣାଯାଇଥିଲା, ତାହା ହରଣ କରିନିଏ [୧୩:୧୯] ।
ବୁଣାଯାଇଥିବା ପଥୁରିଆ ଭୂମିର ବିହନ ସେହି ବ୍ୟକ୍ତି ସଦୃଶ ଯିଏ ବାକ୍ୟ ଶୁଣିବା କ୍ଷଣି ତାହା ଆନନ୍ଦରେ ଗ୍ରହଣ କରେ କ୍ଷଣକାଳସ୍ଥାୟୀ ହୋଇ ରହେ, କିନ୍ତୁ ପରେ କ୍ଳେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଏ [୧୩:୨୦-୨୧] ।
ବୁଣାଯାଇଥିବା କଣ୍ଟକମୟ ଭୂମିର ବିହନ ସେହି ବ୍ୟକ୍ତି ସଦୃଶ ଯେ ବାକ୍ୟ ଶୁଣେ, ପୁଣି ସାଂସାରିକ ଚିନ୍ତା ଓ ଧନର ମାୟା ବାକ୍ୟକୁ ଚାପିପକାଏ [୧୩:୨୨]।
ବୁଣାଯାଇଥିବା ଉତ୍ତମ ଭୂମିର ବିହନ ସେହି ବ୍ୟକ୍ତି ସଦୃଶ ଯେ ବାକ୍ୟ ଶୁଣି ବୁଝେ ଓ ପ୍ରକୃତରେ ଫଳ ଫଳେ [୧୩:୨୩ ]।
ଜଣେ ଶତ୍ରୁ କ୍ଷେତରେ ବାଳୁଙ୍ଗା ବୁଣିଲା [୧୩:୨୮]।
କ୍ଷେତର ମାଲିକ ଦାସମାନଙ୍କୁ ଗହମ ଓ ବାଳୁଙ୍ଗାକୁ ଶସ୍ୟ ନ କାଟିବା ଯାଏ ଦୁହିଁକି ଏକାଠି ବଢ଼ିବାକୁ ଛାଡ଼ିଦିଅ, ଆଉ ଶସ୍ୟ କାଟିବା ସମୟରେ ପୋଡ଼ିବା ପାଇଁ ବାଳୁଙ୍ଗା ଏକାଠି କରି ବିଡ଼ା ବାନ୍ଧ, ଆଉ ଗହମ ଅମାରରେ ସଂଗ୍ରହ କରି ରଖ ବୋଲି କହିଲେ [୧୩:୩୦] ।
ସୋରିଷ ଦାନା ସବୁ ଶାଗଠାରୁ ବଡ଼ ଗଛ ହୁଏ ଯେ, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କରନ୍ତି [୧୩:୩୧-୩୨] ।
ଯୀଶୁ କହିଲେ, ସ୍ୱର୍ଗରାଜ୍ୟ ଖମୀର ସଦୃଶ ଯାହା ତିନି ଭାବରେ ମଇଦାକୁ ସଂଯୁକ୍ତ ଥିଲା ଯେଉଁ ପର୍ଯ୍ୟନ୍ତ ତାହା କଠିନ ଥିଲା [୧୩:୩୩] ।
ଯୀଶୁ ଉତ୍ତର ଦେଲେ, ଉତ୍ତମ ବିହନ ଯେ ବୁଣନ୍ତି, ସେ ମନୁଷ୍ୟପୁତ୍ର, କ୍ଷେତ ଜଗତ,ଭଲ ବିହନ ରାଜ୍ୟର ସନ୍ତାନମାନେ, ବାଳୁଙ୍ଗା ପାପାତ୍ମାର ସନ୍ତାନମାନେ ଯେଉଁ ଶତ୍ରୁ ତାହା ବୁଣିଲା [୧୩:୩୭-୩୯] ।
ଜଗତର ଶେଷ ଅଧର୍ମକାରୀମାନଙ୍କୁ ଅଗ୍ନିକୁଣ୍ଡରେ ନିକ୍ଷେପ କରାଯିବେ [୧୩:୪୨]।
ଜଗତର ଶେଷରେ ଧାର୍ମିକମାନେ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜୋମୟ ଦେଖାଯିବେ [୧୩:୪୩] ।
ବ୍ୟକ୍ତି ଜଣକ ଯିଏ ଗୁପ୍ତ ଧନକୁ ପାଇଲେ ସେ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି କ୍ଷେତ୍ରକୁ କ୍ରୟ କଲା [୧୩:୪୪] ।
ବ୍ୟକ୍ତି ଜଣକ ଯିଏ ଗୋଟିଏ ବହୁମୂଲ୍ୟ ମୁକ୍ତା ପାଇଥିଲେ ସେ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲେ [୧୩:୪୫-୪୬]।
ଯେପରି ଭଲଯାକ ଖାଳୋଇରେ ଏକାଠି କରି ରଖି, ମନ୍ଦଗୁଡ଼ାକ ଫୋପାଡ଼ି ଦିଆଯାଏ , ଯୁଗାନ୍ତ ସମୟରେ ସେହିପରି ଦୂତମାନେ ବାହାରି ଆସି ଧାର୍ମିକମାନଙ୍କ ମଧ୍ୟରୁ ଦୁଷ୍ଟମାନଙ୍କୁ ଭିନ୍ନ କରି ସେମାନଙ୍କୁ ଅଗ୍ନିକୁଣ୍ଡରେ ପକାଇଦେବେ [୧୩:୪୭-୫୦] ।
ଲୋକମାନେ ପଚାରିଲେ,''ଏ ଲୋକ ଏପରି ବୁଦ୍ଧି ଓ ଶକ୍ତିର କାର୍ଯ୍ୟ କେଉଁଠାରୁ ପାଇଲା''[୧୩:୫୪] ?
ଭାବବାଦୀ ନିଜ ପୈତୃକ ନଗରରେ ଆଦର ପାଏ ନାହିଁ ବୋଲି, ଯୀଶୁ ସେମାନଙ୍କୁ କହିଲେ [୧୩:୫୭]।
ଲୋକଙ୍କ ଅବିଶ୍ଵାସ କାରଣରୁ ଯୀଶୁ ନିଜ ସ୍ଥାନରେ ଅନେକ ଆଶ୍ଚର୍ଯ୍ୟ କର୍ମ କଲେ ନାହିଁ [୧୩:୫୮]।