Matthew 12

Matthew 12:1

ଯୀଶୁଙ୍କର ଶିଷ୍ୟମାନେ କ'ଣ କରୁଥିଲେ ଯେ ଫାରୂଶୀମାନେ ତାଙ୍କ ବିଷୟରେ ଯୀଶୁଙ୍କୁ ଅଭିଯୋଗ କଲେ ?

ଫାରୂଶୀମାନେ ଅଭିଯୋଗ କଲେ ଯେ, ଯୀଶୁଙ୍କର ଶିଷ୍ୟମାନେ ଶସ୍ୟର ଶିଁଷା ଛିଣ୍ଡାଇଲେ ଏବଂ ଖାଇଲେ, ଯାହା ସେମାନେ ବିଶ୍ଵାସ କରନ୍ତି ଏହା କରିବା ବିଶ୍ରାମବାରରେ ବିଧିସଙ୍ଗତ ନୁହେଁ [୧୨:୨] ।

Matthew 12:5

ଯୀଶୁ କାହାକୁ ମନ୍ଦିର ଠାରୁ ମହାନ ବୋଲି କହିଲେ ?

ସେ ମନ୍ଦିର ଠାରୁ ମହାନ ବୋଲି ଯୀଶୁ କହିଲେ [୧୨:୬]।

Matthew 12:7

କେଉଁ ଅଧିକାର ମନୁଷ୍ୟ ପୁତ୍ର, ଯୀଶୁଙ୍କ ଠାରେ ଅଛି ?

ଯୀଶୁ, ମନୁଷ୍ୟପୁତ୍ର ବିଶ୍ରାମବାରର ପ୍ରଭୁ ଅଟନ୍ତି [୧୨:୮]।

Matthew 12:9

କେଉଁ ପ୍ରଶ୍ନ ସମାଜଗୃହରେ ଫାରୂଶୀମାନେ ଯୀଶୁଙ୍କୁ ଜଣେ ବ୍ୟକ୍ତି ଆଗରେ ପଚାରିଲେ ଯାହାର ଗୋଟିଏ ହାତ ଶୁଖିଯାଇଥିଲା ?

ଫାରୂଶୀମାନେ ଯୀଶୁଙ୍କୁ ପଚାରିଲେ ,''କ'ଣ ବିଶ୍ରାମଦିନରେ ସୁସ୍ଥ କରିବା ବିଧିସଙ୍ଗତ''?[୧୨:୧୦]।

Matthew 12:11

ବିଶ୍ରାମବାରରେ କ'ଣ କରିବା ବିଧିସଙ୍ଗତ ବୋଲି ଯୀଶୁ କହିଲେ ?

ବିଶ୍ରାମବାରରେ ଉତ୍ତମ କରିବା ବିଧିସଙ୍ଗତ ବୋଲି ଯୀଶୁ କହିଲେ [୧୨:୧୨]।

Matthew 12:13

ଯେତେବେଳେ ଫାରୂଶୀମାନେ ଦେଖିଲେ ଯୀଶୁ ହାତ ଶୁଖିଯାଇଥିବା ବ୍ୟକ୍ତିକୁ ସୁସ୍ଥ କଲେ ସେମାନେ କ'ଣ କଲେ ?

ଫାରୂଶୀମାନେ ବାହାରିଯାଇ ତାହାଙ୍କୁ ବିନାଶ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମନ୍ତ୍ରଣା କଲେ [୧୨:୧୪]।

Matthew 12:19

ଯିଶାଇୟ ଭାବବାଦୀଙ୍କ ଯୀଶୁଙ୍କ ବିଷୟରେ ଭାବବାଣୀ, କ'ଣ ଯୀଶୁ କରିବେ ନାହିଁ ?

ସେ ବିବାଦ କରିବେ ନାହିଁ, କିମ୍ବା ଉଚ୍ଚ ସ୍ୱର କରିବେ ନାହିଁ, କିମ୍ବା ନ୍ୟାୟକୁ ଜୟଯୁକ୍ତ ନ କରିବା ପର୍ଯ୍ୟନ୍ତ ସେ ଛେଚା ନଳ ଭାଙ୍ଗିବେ ନାହିଁ, ପୁଣି ସଧୂମ ସଳିତା ଲିଭାଇବେ ନାହିଁ [୧୨:୧୯-୨୦] ।

ଯିଶାଇୟ ଭାବବାଦୀ ଯୀଶୁଙ୍କ ବିଷୟରେ ଭାବବାଣୀରେ କିଏ ପରମେଶ୍ୱରଙ୍କ ନ୍ୟାୟ ଶୁଣିବ ଏବଂ ଯୀଶୁଙ୍କଠାରେ ଭରସା କରିବ?

ବିଜାତିମାନେ ପରମେଶ୍ୱରଙ୍କର ନ୍ୟାୟବିଚାର ଶୁଣିବେ ଏବଂ ଯୀଶୁଙ୍କ ନାମରେ ବିଜାତିମାନେ ଭରସା ରଖିବେ [୧୨:୧୮,୨୧]।

Matthew 12:26

ଯୀଶୁ କିପରି ସେ ବାଆଲ୍‍ଜିବୂଲ୍‍ର ସାହାଯ୍ୟରେ ଭୂତମାନଙ୍କୁ ବାହାର କରନ୍ତି ବୋଲି ନିନ୍ଦାର ବିଷୟକୁ ପ୍ରତ୍ୟୁତ୍ତର ଦେଲେ ?

ଯୀଶୁ କହିଲେ ଯେ ଶୟତାନ ଯଦି ଶୟତାନକୁ ଛଡ଼ାଏ, ତେବେ ତାହାର ରାଜ୍ୟ କି ପ୍ରକାରେ ସ୍ଥିର ହୋଇ ରହିବ [୧୨:୨୬]?

Matthew 12:28

ଯୀଶୁ କ'ଣ କହିଲେ ଯଦି ସେ ପରମେଶ୍ୱରଙ୍କର ଆତ୍ମା ଦ୍ୱାରା ଭୂତ ଆତ୍ମାମାନଙ୍କୁ ବାହାର କରୁଥିଲେ ?

ଯଦି ସେ ଈଶ୍ୱରଙ୍କ ଆତ୍ମାଙ୍କ ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ୱରଙ୍କ ରାଜ୍ୟ ସେମାନଙ୍କ ନିକଟରେ ଉପସ୍ଥିତ ହୋଇଅଛି ବୋଲି ଯୀଶୁ କହିଲେ [୧୨:୨୮] ।

Matthew 12:31

କେଉଁ ପାପକୁ କ୍ଷମା କରାଯିବ ନାହିଁ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଯେ ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କ୍ଷମା କରାଯିବ ନାହିଁ [୧୨:୩୧]।

Matthew 12:33

କିପରି ଏକ ଗଛ ଚିହ୍ନାଯାଏ ?

ଫଳ ଦ୍ୱାରା ଏକ ଗଛ ଚିହ୍ନାଯାଏ [୧୨:୩୩] ।

Matthew 12:36

କିପରି ଭାବରେ ଫାରୂଶୀମାନେ ନିର୍ଦ୍ଦୋଷ ଓ ଦୋଷୀ ହେବେ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ଫାରୂଶୀମାନେ ସେମାନଙ୍କ ବାକ୍ୟ ଦ୍ୱାରା ନିର୍ଦ୍ଦୋଷ ଓ ବାକ୍ୟ ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହେବ [୧୨:୩୭]।

Matthew 12:38

କେଉଁ ଚିହ୍ନ ଯୀଶୁ ତାଙ୍କରି ପିଢିକୁ ଦେବେ ବୋଲି କହିଲେ ?

ଯୀଶୁ ତାଙ୍କରି ପିଢିକୁ ଯୂନସଙ୍କ ଚିହ୍ନ ଦେବେ ବୋଲି କହିଲେ, ଯେପରି ତିନି ଦିନ ଓ ତିନି ରାତ୍ରି ବୃହତ ମତ୍ସ୍ୟ ଉଦରରେ ଏବଂ ତିନି ଦିନ ଓ ତିନି ରାତ୍ରି ଭୂଗର୍ଭରେ ରହିଥିଲେ [୧୨:୩୦-୪୦]।

Matthew 12:41

ଯୂନସଙ୍କ ଅପେକ୍ଷା ଅଧିକ ମହତ କିଏ ବୋଲି ଯୀଶୁ କହିଲେ ?

ସେ ଯୂନସଙ୍କ ଅପେକ୍ଷା ଯେ ଅଧିକ ମହତ ବୋଲି ଯୀଶୁ କହିଲେ [୧୨:୪୧]।

କାହିଁକି ଦକ୍ଷିଣ ଦେଶର ରାଣୀ ଏବଂ ନୀନିବୀର ଲୋକମାନେ ଯୀଶୁଙ୍କର ପିଢିକୁ ଦୋଷୀ କରିବେ ?

ଦକ୍ଷିଣ ଦେଶର ରାଣୀ ଏବଂ ନୀନିବୀର ଲୋକମାନେ ଯୀଶୁଙ୍କର ପିଢିକୁ ଦୋଷୀ କରିବେ କାରଣ ସେମାନେ ଶଲୋମନଙ୍କ ଓ ଯୂନସଙ୍କ ଦ୍ୱାରା ପରମେଶ୍ୱରଙ୍କର ବାକ୍ୟ ଶୁଣିଲେ କିନ୍ତୁ ଯୀଶୁଙ୍କର ପିଢି ମନୁଷ୍ୟ ପୁତ୍ର ଯିଏ ଶଲୋମନ ଓ ଯୂନସଙ୍କଠାରୁ ଅଧିକ ସେ ମହତ ବ୍ୟକ୍ତିଙ୍କୁ ଶୁଣିଲେ ନାହିଁ [୧୨:୪୧-୪୨] ।

Matthew 12:42

କିଏ ଶଲୋମନଙ୍କ ଅପେକ୍ଷା ମହତ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ସେ ଶଲୋମନଙ୍କ ଅପେକ୍ଷା ମହତ ବୋଲି [୧୨:୪୨] ।

Matthew 12:43

କିପରି ଯୀଶୁଙ୍କର ପିଢି ଏକ ଅଶୁଚି ଆତ୍ମା ଥିବା ବ୍ୟକ୍ତି ପରି ହୋଇ ତାଙ୍କଠାରୁ ଦୂରକୁ ଯିବେ ?

ଯୀଶୁଙ୍କର ପିଢି ଏକ ଅଶୁଚି ଆତ୍ମା ଥିବା ବ୍ୟକ୍ତି ପରି ହୋଇ ତାଙ୍କଠାରୁ ଦୂରକୁ ଯିବେ କାରଣ ଏକ ଅଶୁଚି ଆତ୍ମା ଆଉ ସାତୋଟା ଆତ୍ମା ସାଙ୍ଗରେ ଘେନି ଆସେ, ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ [୧୨:୪୩-୪୫]।

Matthew 12:48

କେଉଁ ମାନଙ୍କୁ ଯୀଶୁ ତାଙ୍କର ଭାଇ, ଭଉଣୀ,ଏବଂ ମାତା ବୋଲି କହିଲେ ?

ଯୀଶୁ କହିଲେ ଯେ କେହି ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମା ଅଟନ୍ତି [୧୨:୪୬-୫୦] ।