Matthew 11

Matthew 11:1

ଯୀଶୁ ନଗରଗୁଡିକରେ ଶିକ୍ଷା ଓ ପ୍ରଚାର କରିବା ଯିବା ପୂର୍ବରୁ ସେ କ'ଣ ଶେଷ କଲେ ?

ଯୀଶୁ ଆପଣା ଦ୍ୱାଦଶ ଶିଷ୍ୟଙ୍କୁ ଆଦେଶ ଦେବାର ସମାପ୍ତ କଲା ଉତ୍ତାରେ ନଗରଗୁଡିକରେ ଶିକ୍ଷା ଓ ପ୍ରଚାର କରିବାକୁ ସେ ଗଲେ [୧୧:୧]।

କେଉଁ ସମ୍ବାଦ ବାପ୍ତିଜକ ଯୋହନ ଯୀଶୁଙ୍କୁ ପଠାଇଲେ ?

''ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ'' ?ଏହି ସମ୍ବାଦ ବାପ୍ତିଜକ ଯୋହନ ପଠାଇଲେ [୧୧:୩]।

Matthew 11:4

ଯୀଶୁ ଆସୁଥିବା ବ୍ୟକ୍ତି ଜଣକ ବୋଲି ପ୍ରମାଣ ସ୍ଵରୂପ କ'ଣ ଘଟିଲା ?

ଯୀଶୁ କହିଲେ ଯେ କୁଷ୍ଠୀମାନେ ଶୁଚି ହୁଅନ୍ତି, ମୃତମାନେ ଉଠନ୍ତି, ପୁଣି ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ [୧୧:୫]।

ଯେଉଁମାନେ ଯୀଶୁଙ୍କଠାରୁ ବିଘ୍ନ ପାଇବାର ଅବସର ପାଇଲେ ନାହିଁ ସେମାନଙ୍କ ନିମନ୍ତେ ଯୀଶୁ କ'ଣ ପ୍ରତିଜ୍ଞା କଲେ ?

ଯେଉଁମାନେ ଯୀଶୁଙ୍କଠାରୁ ବିଘ୍ନ ପାଇବାର ଅବସର ପାଇଲେ ନାହିଁ ସେମାନଙ୍କ ନିମନ୍ତେ ଯୀଶୁ ଗୋଟିଏ ଆଶୀର୍ବାଦ ପ୍ରତିଜ୍ଞା କଲେ [୧୧:୬]।

Matthew 11:9

କେଉଁ ଆଦର୍ଶକୁ ବାପ୍ତିଜକ ଯୋହନ ତାହାଙ୍କ ଜୀବନରେ ଲାଗୁ କଲେ ବୋଲି ଯୀଶୁ କ'ଣ କହିଲେ ?

ଯୀଶୁ କହିଲେ ଯେ ବାପ୍ତିଜକ ଯୋହନ ପ୍ରତିଜ୍ଞାତ ସମ୍ବାଦବାହକ ଥିଲେ ବୋଲି ଯେ ଆସୁଥିବା ଜଣଙ୍କ ନିମନ୍ତେ ପଥ ପ୍ରସ୍ତୁତ କରିବ [୧୧:୯-୧୦]।

Matthew 11:13

ବାପ୍ତିଜକ ଯୋହନ କିଏ ଥିଲେ ବୋଲି ଯୀଶୁ କହିଲେ ?

ବାପ୍ତିଜକ ଯୋହନ ଏଲୀୟ ଥିଲେ ବୋଲି ଯୀଶୁ କହିଲେ [୧୧:୧୪]।

Matthew 11:18

ବାପ୍ତିଜକ ଯୋହନଙ୍କ ସେହି ପିଢି କ'ଣ କହିଲେ ଯିଏ ରୋଟି ଖାଇବାକୁ କିମ୍ବା ମଦିରା ପାନ କରିବାକୁ ଆସି ନ ଥିଲେ ?

ସେହି ପିଢି କହିଲେ ଯେ ବାପ୍ତିଜକ ଯୋହନ ଭୂତଗ୍ରସ୍ଥ ଥିଲେ [୧୧:୧୮]।

ଯୀଶୁଙ୍କ ବିଷୟରେ ସେହି ପିଢି କ'ଣ କହିଲେ ଯିଏ ଖାଇବାକୁ ଓ ପିଇବାକୁ ଆସିଲେ ?

ଯୀଶୁ ଯେ ଜଣେ ପେଟୁକ ଓ ମଦୁଆ,ଓ କରଗ୍ରାହୀ ଓ ପାପୀମାନଙ୍କର ବନ୍ଧୁ ବୋଲି ସେହି ପିଢି କହିଲେ [୧୧:୧୯]।

Matthew 11:20

?

ଯୀଶୁ ନଗରଗୁଡିକରେ କ'ଣ ଘୋଷଣା କଲେ ,ଯେଉଁଠାରେ ସେ ମହାନ କର୍ମ କରିଥିଲେ ତଥାପି ଲୋକମାନେ ଅନୁତାପ କରି ନ ଥିଲେ [୧୧:୨୦-୨୪]।

Matthew 11:25

କାହାଠାରୁ ସ୍ୱର୍ଗରାଜ୍ୟକୁ ଗୁପ୍ତ ରଖିବାରୁ ଯୀଶୁ ପରମେଶ୍ୱରଙ୍କର ସ୍ତୁତିଗାନ କଲେ ?

ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ସ୍ୱର୍ଗରାଜ୍ୟକୁ ଗୁପ୍ତ ରଖିବାରୁ ଯୀଶୁ ପରମେଶ୍ୱରଙ୍କର ସ୍ତୁତିଗାନ କଲେ [୧୧:୨୫]।

କାହାକୁ ସ୍ୱର୍ଗରାଜ୍ୟକୁ ପ୍ରକାଶ କରିବାରୁ ଯୀଶୁ ପରମେଶ୍ୱରଙ୍କର ସ୍ତୁତିଗାନ କଲେ ?

ଅଶିକ୍ଷିତ ଓ ଶିଶୁମାନଙ୍କୁ ସ୍ୱର୍ଗରାଜ୍ୟକୁ ପ୍ରକାଶ କରିଥିବାରୁ ଯୀଶୁ ପରମେଶ୍ୱରଙ୍କର ସ୍ତୁତିଗାନ କଲେ [୧୧:୨୫]।

କିଏ ପିତାଙ୍କୁ ଜାଣେ ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ସେ ପିତାଙ୍କୁ ଜାଣନ୍ତି ଏବଂ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଛା କରନ୍ତି ତାଙ୍କୁ ସେ ଜାଣନ୍ତି [୧୧:୨୭]।

Matthew 11:28

ଯୀଶୁ କାହାକୁ ବିଶ୍ରାମ ପ୍ରତିଜ୍ଞା କଲେ ?

ଯୀଶୁ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତଙ୍କୁ ବିଶ୍ରାମ ଦେବାକୁ ପ୍ରତିଜ୍ଞା କଲେ [୧୧:୨୮] ।