Matthew 9

Matthew 9:3

ଯୀଶୁ ପକ୍ଷାଘାତ ରୋଗୀକୁ ଉଠ ଚାଲ ବୋଲି କହିବା ପରିବର୍ତ୍ତେ ତୁମର ପାପ ସବୁ କ୍ଷମା କରାଗଲା ବୋଲି ଯୀଶୁ କାହିଁକି କହିଲେ ?

ତାହାଙ୍କର ପୃଥିବୀରେ ପାପକ୍ଷମା କରିବାକୁ ଅଧିକାର ଅଛି, ତାହା ଦେଖାଇବାକୁ ଯାଇ ଯୀଶୁ ପକ୍ଷାଘାତ ରୋଗୀକୁ ତାହାର ପାପସବୁ କ୍ଷମା କରାଯାଇଅଛି ବୋଲି କହିଲେ [୯:୫-୬] ।

Matthew 9:7

କାହିଁକି ଲୋକସମୂହ ଈଶ୍ୱରଙ୍କର ମହିମା କିର୍ତ୍ତନ କଲେ ଯେତେବେଳେ ସେମାନେ ଦେଖିଲେ ପକ୍ଷାଘାତ ରୋଗୀର ପାପ କ୍ଷମା ଓ ଶରୀର ସୁସ୍ଥ ହୋଇଥିଲା ?

ତାହା ଦେଖି ସେମାନେ ଭୀତ ହେଲେ ଏବଂ ଯେଉଁ ଈଶ୍ୱର ମନୁଷ୍ୟମାନଙ୍କୁ ଏପରି ଅଧିକାର ଦେଇଅଛନ୍ତି ତାହାଙ୍କର ମହିମା କିର୍ତ୍ତନ କଲେ [୯:୮]।

ମାଥିଉର ବ୍ୟବସାୟ ଯୀଶୁଙ୍କୁ ଅନୁସରଣ କରିବା ପୂର୍ବରୁ କ'ଣ ଥିଲା ?

ମାଥିଉ ଯୀଶୁଙ୍କୁ ଅନୁସରଣ କରିବା ପୂର୍ବରୁ ସେ ଜଣେ କର ଆଦାୟକାରୀ ଥିଲା [୯:୯]।

Matthew 9:10

କାହା ସହିତ ଯୀଶୁ ଓ ତାଙ୍କରି ଶିଷ୍ୟମାନେ ଭୋଜନ କଲେ ?

ଅନେକ କରଗ୍ରାହୀ ଏବଂ ପାପୀ ଲୋକମାନେ ଯୀଶୁ ଓ ତାହାଙ୍କର ଶିଷ୍ୟମାନଙ୍କ ସାଙ୍ଗରେ ଭୋଜନ କଲେ [୯:୧୦] ।

Matthew 9:12

କେଉଁମାନଙ୍କୁ ଯୀଶୁ ଅନୁତାପ କରିବାକୁ ଆହ୍ୱାନ କରିବା ନିମନ୍ତେ ଆସିଛନ୍ତି ବୋଲି ଯୀଶୁ କହିଲେ ?

ଯୀଶୁ କହିଲେ ସେ ପାପୀମାନଙ୍କୁ ଅନୁତାପ କରିବାକୁ ଆହ୍ୱାନ କରିବା ନିମନ୍ତେ ଆସିଛନ୍ତି ବୋଲି କହିଲେ [୯:୧୩] ।

Matthew 9:14

ତାଙ୍କରି ଶିଷ୍ୟମାନେ ଉପବାସ କରୁ ନ ଥିଲେ ବୋଲି କାହିଁକି ଯୀଶୁ କହିଲେ ?

ଯୀଶୁ କହିଲେ ତାଙ୍କରି ଶିଷ୍ୟମାନେ ଉପବାସ କରୁ ନ ଥିଲେ କାରଣ ସେ ସେମାନଙ୍କ ସହ ଥିଲେ [୯:୧୫] ।

କେତେବେଳେ ତାଙ୍କରି ଶିଷ୍ୟମାନେ ଉପବାସ କରିବେ ବୋଲି ଯୀଶୁ କହିଲେ ?

ଯୀଶୁ ଯେତେବେଳେ ତାଙ୍କଠାରୁ କାଢି ନିଆଯିବେ ସେତେବେଳେ ତାଙ୍କରି ଶିଷ୍ୟମାନେ ଉପବାସ କରିବେ ବୋଲି ଯୀଶୁ କହିଲେ [୯:୧୫] ।

Matthew 9:20

ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ କ'ଣ କରିଲେ ଓ କାହିଁକି ?

ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ କେବଳ ତାହାଙ୍କ ଲୁଗା ଛୁଇଁଲେ ସେ ସୁସ୍ଥ ହେବ ବୋଲି ସେ ମନେ ମନେ ଭାବି, ପଛପଟୁ ଯୀଶୁଙ୍କ ଲୁଗାର ଝୁମ୍ପା ଛୁଇଁଲା [୯:୨୦-୨୧]।

ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକକୁ କ'ଣ ସୁସ୍ଥ କଲା ବୋଲି ଯୀଶୁ କହିଲେ ?

ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକକୁ ଯେ ସେ ତାହାରି ବିଶ୍ଵାସ ଦ୍ୱାରା ସୁସ୍ଥ ହୋଇଅଛି ବୋଲି ଯୀଶୁ କହିଲେ [୯:୨୨]।

Matthew 9:23

କାହିଁକି ଲୋକସମୂହ ଯୀଶୁଙ୍କୁ ପରିହାସ କରିବାକୁ ଲାଗିଲେ ଯେତେବେଳେ ସେ ଯିହୁଦୀମାନଙ୍କ କାର୍ଯ୍ୟାଳୟରେ ପ୍ରବେଶ କଲେ ?

ଲୋକମାନେ ଯୀଶୁଙ୍କୁ ପରିହାସ କରିଲେ କାରଣ ବାଳିକାଟି ଯେ ମରି ନାହିଁ, ମାତ୍ର ଶୋଉଅଛି ବୋଲି ସେ କହିଲେ [୯:୨୪] ।

Matthew 9:25

ଯୀଶୁ ବାଳିକାକୁ ମୃତ୍ୟୁରୁ ଉଠାଇଲା ପରେ କ'ଣ ଘଟିଲା ?

ଯୀଶୁ ବାଳିକାକୁ ମୃତ୍ୟୁରୁ ଉଠାଇବା ଖବର ସେହି ଦେଶଯାକ ବ୍ୟାପିଗଲା [୯:୨୬]।

Matthew 9:27

ଯୀଶୁଙ୍କୁ ଦୁଇ ଜଣ ଅନ୍ଧ ଉଚ୍ଚ ସ୍ୱର କରି କ'ଣ କହିବାକୁ ଲାଗିଲେ ?

ଦୁଇ ଜଣ ଅନ୍ଧ ଉଚ୍ଚ ସ୍ୱର କରି କହିବାକୁ ଲାଗିଲେ, ହେ ଦାଉଦଙ୍କର ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ [୯:୨୭] ।

Matthew 9:29

ଯୀଶୁ ଦୁଇ ଅନ୍ଧକୁ କାହିଁକି ସୁସ୍ଥ କଲେ ?

ଯୀଶୁ ଦୁଇ ଅନ୍ଧକୁ ସେମାନଙ୍କର ବିଶ୍ଵାସ ଅନୁସାରେ ସୁସ୍ଥ କଲେ [୯:୨୯]।

Matthew 9:32

ଯୀଶୁ ଏକ ମୂକ ବ୍ୟକ୍ତିକୁ ସୁସ୍ଥ କଲା ପରେ, ଯୀଶୁଙ୍କ ବିରୁଦ୍ଧରେ କେଉଁ ଅଭିଯୋଗ ଫାରୂଶୀମାନେ କରିଥିଲେ ?

ଯୀଶୁ ଏକ ମୂକ ବ୍ୟକ୍ତିକୁ ସୁସ୍ଥ କଲା ପରେ ଯୀଶୁ ଯେ ଭୂତପତି ସାହାଯ୍ୟରେ ଭୂତ ଛଡ଼ାଉଅଛି ବୋଲି ଫାରୂଶୀମାନେ ନିନ୍ଦା କଲେ [୯:୩୪]।

Matthew 9:35

କାହିଁକି ଲୋକସମୂହଙ୍କ ପ୍ରତି ଯୀଶୁ ଦୟାରେ ବିଗଳିତ ହେଲେ ?

ଯୀଶୁ ଲୋକସମୂହଙ୍କ ପ୍ରତି ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଦୂର୍ଦ୍ଦଶାଗ୍ରସ୍ତ,ଚିନ୍ତିତ ଓ ଦ୍ୱନ୍ଦ୍ୱରେ ଥିଲେ [୯:୩୬] ।

Matthew 9:37

ଯୀଶୁ ଆପଣା ଶିଷ୍ୟମାନଙ୍କୁ କ'ଣ ପାଇଁ ଜରୁରୀ ପ୍ରାର୍ଥନା କରିବାକୁ କହିଲେ?

ଆପଣା ଶସ୍ୟକ୍ଷେତ୍ରକୁ କାର୍ଯ୍ୟକାରୀମାନଙ୍କୁ ପଠାଇଦେବା ନିମନ୍ତେ ଶସ୍ୟକ୍ଷେତ୍ରର କର୍ତ୍ତାଙ୍କ ନିକଟରେ ଜରୁରୀ ପ୍ରାର୍ଥନା କର ବୋଲି ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ[୯:୩୮]।