Matthew 8
Matthew 8:4
ଯୀଶୁ ସୁସ୍ଥକାରୀ କୁଷ୍ଠୀକୁ ଯାଜକଙ୍କ ନିକଟକୁ ଯାଇ ମୋଶା ଦେଇଥିବା ଆଜ୍ଞା ଯେଉଁ ନୈବେଦ୍ୟ ଦେବା ବିଷୟରେ କାହିଁକି କହିଲେ ?
ଯୀଶୁ ସୁସ୍ଥ ହୋଇଥିବା କୁଷ୍ଠୀକୁ ସାକ୍ଷ୍ୟ ଦେବା ନିମନ୍ତେ ଯାଜକଙ୍କ ନିକଟକୁ ଯାଇ ସେମାନଙ୍କୁ କହିଲେ [୮:୪]।
Matthew 8:5
ଯେତେବେଳେ ଶତସେନାପତି ତାଙ୍କ ନିକଟକୁ ଆସି ତାଙ୍କ ଦାସ ପକ୍ଷାଘାତ ରୋଗୀ ବିଷୟରେ କହିଲେ ଯୀଶୁ ତାଙ୍କୁ କ'ଣ କହିଲେ ?
ଯୀଶୁ ଶତସେନାପତିଙ୍କୁ କହିଲେ ମୁ ତୁମ ଘରକୁ ଯିବି ଓ ତୁମ ଦାସକୁ ସୁସ୍ଥ କରିବି [୮:୭]।
Matthew 8:8
ଶତସେନାପତି ଯୀଶୁଙ୍କୁ ଆପଣା ଗୃହକୁ ଆସିବାକୁ କାହିଁକି ମନା କରିଥିଲେ ?
ଶତସେନାପତି କହିଥିଲେ ଯେ ପ୍ରଭୁ ଆପଣ ମୋ' ଘରେ ପାଦ ପକେଇବା ଏପରି ମୋର ଯୋଗ୍ୟ ନୁହେଁ କିନ୍ତୁ ପଦେ ଆଜ୍ଞା କରନ୍ତୁ ମୋହର ଦାସ ସୁସ୍ଥ ହେବ [୮:୮]।
ଯୀଶୁ ଶତସେନାପତିଙ୍କୁ କେଉଁ ପ୍ରଶଂସା ଦେଇଥିଲେ ?
ଯୀଶୁ କହିଥିଲେ ଇସ୍ରାଏଲ ମଧ୍ୟରେ କାହାରିଠାରେ ଏତେ ବଡ଼ ବିଶ୍ଵାସ ପାଇ ନାହିଁ [୮:୧୦]।
Matthew 8:11
ଯୀଶୁ ସ୍ୱର୍ଗରାଜ୍ୟର ଭୋଜନରେ କିଏ ବସିବ ବୋଲି କାହାକୁ କହିଥିଲେ ?
ଅନେକେ ପୂର୍ବ ଓ ପଶ୍ଚିମରୁ ଆସି ସ୍ୱର୍ଗରାଜ୍ୟର ଭୋଜନରେ କରିବେ ବୋଲି ଯୀଶୁ କହିଲେ [୮:୧୧]।
ଯେଉଁଠାରେ ରୋଦନ ଓ ଦନ୍ତର କିଡିମିଡି ହେବ ଗହୀର ଅନ୍ଧକାରରେ କେଉଁ ମାନଙ୍କୁ ପକାଯିବ ବୋଲି ଯୀଶୁ କହିଥିଲେ ?
ଯୀଶୁ କହିଲେ ରାଜ୍ୟର ସନ୍ତାନମାନେ ବାହାର ଅନ୍ଧକାରରେ ପକାଯିବେ [୮:୧୨]।
Matthew 8:14
ଯୀଶୁ ଯେତେବେଳେ ପିତର ଘରକୁ ଗଲେ ସେ କାହାକୁ ସୁସ୍ଥ କଲେ ?
ଯୀଶୁ ଯେତେବେଳେ ପିତରଙ୍କ ଘରକୁ ଗଲେ ସେ ତାଙ୍କ ଶାଶୁଙ୍କୁ ସୁସ୍ଥ କଲେ [୮:୧୪-୧୫]।
Matthew 8:16
ଯେତେବେଳେ ଯୀଶୁ ସମସ୍ତ ଭୂତଗ୍ରସ୍ଥ ଓ ପୀଡିତମାନଙ୍କୁ ସୁସ୍ଥ କଲେ ଯିଶାଇୟଙ୍କ କେଉଁ ଭାବବାଣୀ ସଫଳ ହେଲା ?
ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଏହି ବାକ୍ୟ ସଫଳ ହେଲା ଏ ଆମ୍ଭମାନଙ୍କର ଦୁର୍ବଳତା ସବୁ ଗ୍ରହଣ କଲେ ଓ ବ୍ୟାଧି ସବୁ ବହନ କଲେ [୮:୧୭]।
Matthew 8:18
ଯେତେବେଳେ ଜଣେ ଶାସ୍ତ୍ରୀ ଯୀଶୁଙ୍କର ଅନୁସରଣ କରିବାକୁ ଇଛା କରିଥିଲେ ତାଙ୍କର କେଉଁ ପ୍ରକାରର ଜୀବନ ବୋଲି ଯୀଶୁ କହିଥିଲେ ?
ଯୀଶୁ ଶାସ୍ତ୍ରୀ ଲୋକକୁ କହିଥିଲେ ତାଙ୍କର କୌଣସି ସ୍ଥାୟୀ ଗୃହ ବୋଲି ନାହିଁ [୮:୨୦]।
Matthew 8:21
ଯୀଶୁଙ୍କର ଜଣେ ଶିଷ୍ୟ ତାଙ୍କୁ କହିଲେ ହେ ପ୍ରଭୁ ପ୍ରଥମେ ମୋହର ପିତାଙ୍କୁ ସମାଧି ଦେବା ପାଇଁ ଛାଡିଦିଅ ଯୀଶୁ ତାଙ୍କୁ କ'ଣ କହିଲେ ?
ଯୀଶୁ ତାଙ୍କୁ କହିଲେ ମୋହର ଅନୁଗମନ କର, ମୃତମାନଙ୍କୁ ଆପଣା ଆପଣା ମୃତଲୋକଙ୍କୁ ସମାଧି ଦେବା ପାଇଁ ଛାଡିଦିଅ [୮:୨୧-୨୨]।
Matthew 8:23
ଯେତେବେଳେ ସମୁଦ୍ରରେ ପ୍ରବଳ ଝଡତୋଫାନ ହେଲା ସେତେବେଳେ ଯୀଶୁ କ'ଣ କରୁଥିଲେ ?
ଯେତେବେଳେ ସମୁଦ୍ରରେ ପ୍ରବଳ ଝଡତୋଫାନ ହେଲା ସେତେବେଳେ ଯୀଶୁ ନୌକାରେ ଶୋଇ ପଡିଥିଲେ [୮:୨୪]।
Matthew 8:26
ଯେତେବେଳେ ଶିଷ୍ୟମାନେ ନିକଟକୁ ଆସି ମୃତ୍ୟୁଭୟରେ ଯୀଶୁଙ୍କୁ ଉଠାଇଲେ ହେ ପ୍ରଭୁ ରକ୍ଷାକର ଯୀଶୁ ସେମାନଙ୍କୁ କ'ଣ କହିଲେ ?
ଯୀଶୁ ଶିଷ୍ୟଙ୍କୁ କହିଲେ ହେ ଅଳ୍ପ ବିଶ୍ଵାସୀ ତୁମ୍ଭେମାନେ କାହିଁକି ଏତେ ଭୀରୁ [୮:୨୬]।
ସମୁଦ୍ରରେ ସବୁ ଧୀରସ୍ଥିର ହେଲାପରେ ଶିଷ୍ୟମାନେ ଯୀଶୁଙ୍କ ପ୍ରତି କାହିଁକି ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ ?
ପବନ ଓ ସମୁଦ୍ର ଉଭୟ ଯୀଶୁଙ୍କ ଆଜ୍ଞା ମାନନ୍ତି ବୋଲି ଶିଷ୍ୟମାନେ ଚମକୃତ ହୋଇଥିଲେ [୮:୨୭]।
Matthew 8:28
ଯେତେବେଳେ ଯୀଶୁ ଗାବରୀୟଙ୍କ ଦେଶକୁ ଆସିଲେ କେଉଁ ପ୍ରକାରର ଲୋକଙ୍କୁ ଦେଖିଲେ ?
ଯୀଶୁ ଦୁଇ ଭୂତଗ୍ରସ୍ତଲୋକଙ୍କୁ ଦେଖିଲେ ଯିଏ ଅତିଶୟ ଭୟଙ୍କର ଥିଲେ [୮:୨୮]।
ବ୍ୟକ୍ତି ଦ୍ୱାରା ଯୀଶୁଙ୍କୁ କହୁଥିବା ଭୂତ ଆତ୍ମାମାନଙ୍କର ବିଚାର କ'ଣ ଥିଲା ?
ସେମାନେ ଉଚିତ୍ ସମୟ ଆସିବା ପୂର୍ବରୁ ଯୀଶୁ ସେମାନଙ୍କୁ କଷ୍ଟ ଦେବା ପାଇଁ ଆସିଅଛନ୍ତି ବୋଲି ବିଚାର କଲେ [୮:୨୯]।
Matthew 8:30
କ'ଣ ଘଟିଲା ଯେତେବେଳେ ଯୀଶୁ ମନ୍ଦ ଆତ୍ମାଙ୍କୁ ବାହାର କଲେ ?
ଯେତେବେଳେ ଯୀଶୁ ମନ୍ଦ ଆତ୍ମାଙ୍କୁ ବାହାର କଲେ, ସେଥିରେ ସେମାନେ ବାହାରି ଘୁଷୁରିଗୁଡ଼ାକ ଭିତରେ ପଶିଲେ ଏବଂ ପଲଯାକ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନ ଦେଇ ସମୁଦ୍ରରେ ପଡ଼ି ବୁଡ଼ି ମଲେ [୮:୩୨] ।
Matthew 8:33
ନଗରର ସମସ୍ତ ଲୋକ ଯୀଶୁଙ୍କ ସହିତ ସାକ୍ଷାତ କରିବା ପାଇଁ ଯେତେବେଳେ ବାହାରି ଆସିଲେ, ତାହାଙ୍କୁ କ'ଣ କରିବାକୁ ବିନତି କଲେ ?
ଲୋକମାନେ ଯୀଶୁଙ୍କୁ ସୀମାରୁ ପ୍ରସ୍ଥାନ କରିବାକୁ ବିନତି କଲେ [୮:୩୪]।