Matthew 7

Matthew 7:3

ନିଜ ଭାଇ ଆଖିରୁ କୁଟାଟିକ ବାହାର କରିବା ନିମନ୍ତେ ସ୍ପଷ୍ଟରୂପେ ଦେଖିପାରିବା ପୂର୍ବରୁ ଆମ୍ଭମାନଙ୍କୁ ନିଶ୍ଚୟ କ'ଣ କରିବାକୁ ପଡିଵ ?

ପ୍ରଥମରେ ନିଜକୁ ନିଜେ ବିଚାର କରିବା ଆବଶ୍ୟକ ଓ ଆମ ଆଖିର କୁଟାଟିକ ବାହାର କରିବା ଆବଶ୍ୟକ ଓ ତା'ପରେ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବା [୭:୧-୫]।

Matthew 7:6

ଯଦି ତୁମେ ପବିତ୍ର ପଦାର୍ଥ କୁକୁରମାନଙ୍କୁ ଦେବ ତା'ପରେ କ'ଣ ଘଟିପାରେ ?

ସେମାନେ ପାଦତଳେ ଦଳିପକାଇବେ, ପୋଡି ପକାଇବେ ଓ ତୁମକୁ ଖଣ୍ଡ ଖଣ୍ଡ କରି ପକାଇବେ [୭:୬]।

Matthew 7:7

ପରମେଶ୍ୱରଙ୍କଠାରୁ ପାଇବା ନିମନ୍ତେ ନିଶ୍ଚୟ ଆମ୍ଭମାନଙ୍କୁ କ'ଣ କରିବାକୁ ପଡିବ ?

ପରମେଶ୍ୱରଙ୍କଠାରୁ ପାଇବା ନିମନ୍ତେ ନିଶ୍ଚୟ ଆମ୍ଭମାନଙ୍କୁ ନିଶ୍ଚୟ ମାଗିବାକୁ ପଡିବ, ଖୋଜିବାକୁ ପଡିବ ଓ ଦ୍ୱାରରେ ଆଘାତ କରିବାକୁ ପଡିବ [୭:୮]।

Matthew 7:11

ଯେଉଁମାନେ ପିତାଙ୍କୁ ମାଗନ୍ତି ସେମାନଙ୍କୁ ସେ କ'ଣ ଦିଅନ୍ତି ?

ପିତାଙ୍କୁ ଯେଉଁମାନେ ମାଗନ୍ତି ସେମାନଙ୍କୁ ସେ ଉତ୍ତମ ବିଷୟ ଦିଅନ୍ତି [୭:୧୧]।

ବ୍ୟବସ୍ଥା ଓ ଭାବବାଦୀମାନେ ଅନ୍ୟମାନଙ୍କ ବିଷୟରେ କିପରି ବ୍ୟବହାର କରିବା ନିମନ୍ତେ ଆମ୍ଭମାନଙ୍କୁ ଶିକ୍ଷା ଦେଇଅଛନ୍ତି ?

ଲୋକମାନେ ଆମ୍ଭମାନଙ୍କ ପ୍ରତି ଯାହା ସବୁ କରନ୍ତୁ ବୋଲି ଇଛା କରୁ ଆମ୍ଭେମାନେ ମଧ୍ୟ ସେମାନଙ୍କ ପ୍ରତି ସେହିସବୁ କରିବାକୁ ପଡିବ କାରଣ ବ୍ୟବସ୍ଥା ଓ ଭାବବାଦୀ ଏହି ଶିକ୍ଷା ଦେଇଥିଲେ [୭:୧୨]।

Matthew 7:13

ଓସାର ପଥ କେଉଁ ଆଡକୁ ନେଇଥାଏ ?

ଓସାର ପଥ ସର୍ବନାଶ ଆଡକୁ ଘେନି ନେଇଯାଇଥାଏ [୭:୧୩]।

ସଂକିର୍ଣ୍ଣ ପଥ କେଉଁ ଆଡକୁ ଘେନି ନେଇଯାଇଥାଏ ?

.ସଂକିର୍ଣ୍ଣ ପଥ ଜୀବନର ପଥଆଡକୁ ଘେନି ନେଇଯାଇଥାଏ [୭:୧୪]।

Matthew 7:15

ଭଣ୍ଡ ଭାବବାଦୀମାନଙ୍କୁ ଆମ୍ଭେ କିପରି ଜାଣିବା ?

ଭଣ୍ଡ ଭାବବାଦୀମାନଙ୍କୁ ଆମ୍ଭେ ସେମାନଙ୍କର ଜୀବନର ଫଳ ଦ୍ୱାରା ଜାଣିବା [୭:୧୫-୨୦]।

Matthew 7:21

କିଏ ସ୍ଵର୍ଗ ରାଜ୍ୟରେ ପ୍ରବେଶ କରିବ ?

ଯେ ସ୍ଵର୍ଗସ୍ଥ ପିତାଙ୍କ ଇଛାକୁ ସାଧନ କରେ ସେ ପ୍ରବେଶ କରିବ [୭:୨୧]।

ଯୀଶୁ ସେଦିନ ଅନେକ ଭୂତ ଛଡାଇ ଲୋକଙ୍କୁ ଓ ତାଙ୍କ ନାମରେ ଅନେକ ଶକ୍ତିରେ କାର୍ଯ୍ୟ କରିବା ଲୋକଙ୍କୁ କ'ଣ କହିବେ ?

ଯୀଶୁ ସେମାନଙ୍କୁ କହିବେ ହେ ଅଧର୍ମ ଚାରିମାନେ ମୋ ପାଖରୁ ଦୂର ହୁଅ [୭:୨୨-୨୩]।

Matthew 7:24

ଯୀଶୁଙ୍କର ଦୁଇଟି ଦୃଷ୍ଟାନ୍ତ ଗୃହରେ କିଏ ବୁଦ୍ଧିମାନ ଲୋକ ଅଟେ ?

ଯେ କେହି ଯୀଶୁଙ୍କର କଥା ଶୁଣେ ଓ ପାଳନ କରେ ସେ ଜଣେ ବୁଦ୍ଧିମାନ ଲୋକ ଅଟେ [୭:୨୪]।

Matthew 7:26

ଯୀଶୁଙ୍କର ଦୁଇଟି ଦୃଷ୍ଟାନ୍ତ ଗୃହରେ କିଏ ମୂର୍ଖ ଲୋକ ସଦୃଶ୍ୟ ଅଟେ ?

ଯେ କେହି ଯୀଶୁଙ୍କର ଦୁଇଟି ଦୃଷ୍ଟାନ୍ତରେ କଥା ଶୁଣେ ଓ ଶୁଣିଲା ପରେ ପାଳନ କରେ ନାହିଁ ସେ ଜଣେ ମୂର୍ଖ ଲୋକ ସଦୃଶ୍ୟ ଅଟେ [୭:୨୬]।

Matthew 7:28

ଯୀଶୁ ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ କିପରି ଶିକ୍ଷା ଦେଉଥିଲେ ?

ଯୀଶୁ ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାର ପ୍ରାପ୍ତ ବ୍ୟକ୍ତି ପରି ସେ ଶିକ୍ଷା ଦେଉଥିଲେ [୭:୨୯]।