Matthew 2

Matthew 2:1

କେଉଁଠାରେ ଯୀଶୁ ଜନ୍ମ ଗ୍ରହଣ କରିଥିଲେ ?

ଯିହୂଦା ପ୍ରଦେଶର ବେଥଲିହିମରେ ଯୀଶୁଙ୍କ ଜନ୍ମଗ୍ରହଣ ହୋଇଥିଲା [୨:୧]।

ପୂର୍ବଦେଶର ପଣ୍ଡିତମାନେ ଯୀଶୁଙ୍କୁ କେଉଁ ନାମ ଦେଇଥିଲେ ?

ପୂର୍ବଦେଶର ପଣ୍ଡିତମାନେ ଯୀଶୁଙ୍କୁ ''ଯିହୁଦୀ ମାନଙ୍କର ରାଜା'' ବୋଲି ନାମ ଦେଇଥିଲେ [୨:୨]।

ଯିହୁଦୀମାନଙ୍କର ରାଜା ଜନ୍ମ ଗ୍ରହଣ କରିଅଛନ୍ତି ବୋଲି ପୂର୍ବଦେଶର ରାଜାମାନେ କିପରି ଜାଣିଥିଲେ ?

ପୂର୍ବଦେଶର ପଣ୍ଡିତମାନେ ଯିହୁଦୀମାନଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଲେ [୨:୨]।

ରାଜା ହେରୋଦ ଶୁଣିଲା ପରେ ପଣ୍ଡିତମାନଙ୍କ ସମ୍ବାଦକୁ କିପରି ଉତ୍ତର ଦେଲେ?

ଯେତେବେଳେ ପଣ୍ଡିତମାନଙ୍କଠାରୁ ଏହି ସମ୍ବାଦ ରାଜା ହେରୋଦ ଶୁଣିଲେ, ସେ ଉଦ୍‍ବିଗ୍ନ ହୋଇଥିଲେ [୨:୩]।

Matthew 2:4

କେଉଁଠାରେ ଯୀଶୁଖ୍ରୀଷ୍ଟ ଜନ୍ମ ଗ୍ରହଣ କରିବେ ବୋଲି କିପରି ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଜାଣିଥିଲେ ?

ସେମାନେ ଜାଣିଥିଲେ ଭାବବାଣୀ ଯାହା କୁହାଯାଇଥିଲା ଯେ ଖ୍ରୀଷ୍ଟ ବେଥଲିହିମରେ ଜନ୍ମ ଗ୍ରହଣ କରିବେ ବୋଲି [୨:୫-୬]।

Matthew 2:9

ପଣ୍ଡିତମାନେ କିପରି ଯୀଶୁଙ୍କର ସଠିକ୍ ସ୍ଥାନର ସନ୍ଧାନ ପାଇଲେ ?

ପୂର୍ବଦେଶର ତାରା ସେମାନଙ୍କ ଆଗେ ଆଗେ ଯାଇ ଯେଉଁଠାରେ ଶିଶୁ ଥିଲେ ସେହି ସ୍ଥାନ ଉପରେ ସ୍ଥଗିତ ହେଲା [୨:୯]।

Matthew 2:11

ପଣ୍ଡିତମାନେ ଯେତେବେଳେ ଯୀଶୁଙ୍କୁ ଦେଖିବାଲୁ ଆସିଲେ ସେ କେତେ ବର୍ଷର ଥିଲେ ?

ପଣ୍ଡିତମାନେ ଯେତେବେଳେ ଯୀଶୁଙ୍କୁ ଦେଖିବାଲୁ ଆସିଲେ ସେତେବେଳେ ସେ ସେତେବେଳେ ଶିଶୁ ହିଁ ଥିଲେ [୨:୧୧]।

ପଣ୍ଡିତମାନେ କେଉଁ ଉପହାର ଦେଇଥିଲେ ?

ପଣ୍ଡିତମାନେ ସୁନା, କୁନ୍ଦୂରୁ ଓ ଗନ୍ଧରସ ଯୀଶୁଙ୍କୁ ଦର୍ଶନୀ ଦେଲେ [୨:୧୧]।

ପଣ୍ଡିତମାନେ କେଉଁ ପଥ ଦେଇ ଆପଣା ଗୃହକୁ ପ୍ରସ୍ଥାନ କରିଥିଲେ ଏବଂ କାହିଁକି ସେମାନେ ସେହି ପଥ ଦେଇ ଯାଇଥିଲେ ?

ପଣ୍ଡିତମାନେ ଅନ୍ୟ ପଥ ଦେଇ ସ୍ଵଦେଶକୁ ପ୍ରସ୍ଥାନ କରିଥିଲେ କାରଣ ହେରୋଦଙ୍କ ନିକଟକୁ ନ ଯିବା ପାଇଁ ସ୍ଵପ୍ନରେ ପ୍ରତ୍ୟାଦେଶ ପାଇଥିଲେ [୨:୧୨]।

Matthew 2:13

ଯୋଷେଫ ସ୍ଵପ୍ନରେ କେଉଁ ଉପଦେଶ ପାଇଥିଲେ ?

ପ୍ରଭୁଙ୍କର ଜଣେ ଦୂତ ସ୍ଵପ୍ନରେ ଯୋଷେଫଙ୍କୁ କହିଲେ ଉଠ ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିସରକୁ ପଳାଅ କାରଣ ହେରୋଦ ରାଜା ଶିଶୁକୁ ବିନାଶ କରିବା ନିମନ୍ତେ ଅନ୍ଵେଷଣ କରିବାକୁ ଉଦ୍ୟତ [୨:୧୩]।

ଯୀଶୁ ମିସରରୁ ପୁଣି ଫେରିଲା ପରେ କେଉଁ ଭାବବାଣୀ ସଫଳ ହେଲା ?

ଯୀଶୁ ମିସରରୁ ପୁଣି ଫେରିଲା ପରେ'' ଆମ୍ଭେ ଆପଣା ପୁତ୍ରଙ୍କୁ ମିସରରୁ ଆହ୍ୱାନ କଲୁ'' ଏହି ଭାବବାଣୀ ସଫଳ ହେଲା [୨:୧୫]।

Matthew 2:16

ପଣ୍ଡିତମାନେ ଯେତେବେଳେ ହେରୋଦ ରାଜାଙ୍କ ନିକଟକୁ ଫେରି ନ ଥିଲେ ସେ କ'ଣ କଲେ ?

ହେରୋଦ ଦୁଇ ବର୍ଷ ଓ ସେଥିରୁ ନ୍ୟୁନବୟସ୍କ ଯେତେ ବାଳକ ଶିଶୁମାନେ ବେଥଲିହିମର ମଧ୍ୟରେ ଥିଲେ ସେହି ସମସ୍ତଙ୍କୁ ବଧ କଲେ [୨:୧୬]।

Matthew 2:19

ହେରୋଦଙ୍କ ମୃତ୍ୟୁପରେ ଯୋଷେଫ ସ୍ଵପ୍ନ ଦ୍ୱାରା କେଉଁ ଉପଦେଶ ପାଇଥିଲେ ?

ଇସ୍ରାଏଲ ଦେଶକୁ ଫେରିବା ନିମନ୍ତେ ଯୋଷେଫ ସ୍ଵପ୍ନରେ ଉପଦେଶ ପାଇଥିଲେ [୨:୧୯-୨୦] ।

Matthew 2:22

ଯୋଷେଫ ମରିୟମ ଓ ଯୀଶୁଙ୍କ ସହିତ କେଉଁଠାରେ ବାସ କରିଥିଲେ ?

ଯୋଷେଫ ମରିୟମ ଓ ଯୀଶୁଙ୍କ ସହିତ ଗାଲିଲୀ ନାଜରିତରେ ବାସ କରିଥିଲେ [୨:୨୨-୨୩]।

ଯେତେବେଳେ ଯୋଷେଫ ନୂତନ ସ୍ଥାନକୁ ଫେରିଲେ କେଉଁ ଭାବବାଣୀ ସଫଳ ହେଲା?

ସେ ନାଜରିତୀୟ ଖ୍ୟାତ ହେବେ ଏହି ଭାବବାଣୀ ସଫଳ ହେଲା [୨:୨୩]।