Matthew 1

Matthew 1:1

ଯୀଶୁଖ୍ରୀଷ୍ଟଙ୍କ ବଂଶାବଳୀର କେଉଁ ଦୁଇଟି ପୂର୍ବପୁରଷମାନଙ୍କ ତାଲିକା ପ୍ରଥମରେ ଦିଆଯାଇଅଛି ?

ଖ୍ରୀଷ୍ଟଙ୍କର ବଂଶାବଳୀର ଦାଉଦ ଓ ଅବ୍ରାହାମ ଏହି ଦୁଇଟି ପୂର୍ବପୁରୁଷମାନଙ୍କର ତାଲିକା ପ୍ରଥମରେ ଦିଆଯାଇଅଛି [୧:୧] ।

Matthew 1:15

ବଂଶାବଳୀର ଶେଷରେ ସ୍ତ୍ରୀ ଜଣଙ୍କର ଯେଉଁ ନାମ ଦିଆଯାଇଛି ସେ କିଏ ଓ ତାହାର ନାମ ତାଲିକାରେ କାହିଁକି ଦିଆଯାଇଛି ?

ମରିୟମ ଯୋଷେଫଙ୍କର ସ୍ତ୍ରୀଙ୍କର ତାଲିକା ଦିଆଯାଇଛି କାରଣ ତାହାଙ୍କ ଦ୍ୱାରା ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଗ୍ରହଣ ହୋଇଥିଲା [୧:୧୬] ।

Matthew 1:18

ମରିୟମ କେଉଁପରି ଭାବରେ ଗର୍ଭବତୀ ହୋଇଥିଲେ ?

ମରିୟମ ସେମାନଙ୍କ ସହବର୍ତ୍ତୀ ପୂର୍ବେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇଥିଲେ [୧:୧୮] ।

ଯୋଷେଫ କେଉଁ ପ୍ରକାରର ଲୋକ ଥିଲେ ?

ଯୋଷେଫ ଜଣେ ଧାର୍ମିକ ଲୋକ ଥିଲେ [୧:୧୯] ।

ଯେତେବେଳେ ମରିୟମ ଗର୍ଭବତୀ ଅଛନ୍ତି ବୋଲି ଜାଣିଲେ ସେ କ'ଣ କରିବା ନିମନ୍ତେ ସ୍ଥିର କଲେ ?

ଯେତେବେଳେ ମରିୟମ ଗର୍ଭବତୀ ଅଛନ୍ତି ବୋଲି ଜାଣିଲେ ସେ ଗୁପ୍ତରେ ମରିୟମଙ୍କୁ ପରିତ୍ୟାଗ କରିବା ନିମନ୍ତେ ସ୍ଥିର କରିଥିଲେ [୧:୧୯]

Matthew 1:20

ଯୋଷେଫଙ୍କୁ କ'ଣ ହେଲା ଯେ ସେ ମରିୟମଙ୍କ ସହିତ ବିବାହ କରିବା ନିମନ୍ତେ ସ୍ଥିର କରିଥିଲେ ?

ପ୍ରଭୁଙ୍କର ଜଣେ ଦୂତ ଦିନରେ ଯୋଷେଫଙ୍କୁ ସ୍ଵପ୍ନରେ ମରିୟମଙ୍କୁ ସ୍ତ୍ରୀ ଭାବରେ ଗ୍ରହଣ କରିବାକୁ କହିଥିଲେ କାରଣ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ଥିଲେ [୧:୨୦] ।

କାହିଁକି ଶିଶୁର ନାମ ଯୀଶୁ ବୋଲି ଦେବା ପାଇଁ ଯୋଷେଫଙ୍କୁ କୁହାଯାଇଥିଲା ?

ଶିଶୁର ନାମ ଯୀଶୁ ବୋଲି ଦେବା ପାଇଁ ଯୋଷେଫଙ୍କୁ କୁହାଯାଇଥିଲା କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ [୧:୨୧] ।

Matthew 1:22

ପୁରାତନ ନିୟମର କେଉଁ ଭାବବାଣୀ ଦ୍ୱାରା ଏହି ଘଟଣା ସଫଳ ହେଲା ?

ପୁରାତନ ନିୟମର ଭାବାବାଣୀ ହୋଇଥିଲା ଯେ ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ସେମାନେ ତାହାଙ୍କ ନାମ ଇମ୍ମାନୁୟେଲ ଦେବେ,ଏହି ନାମର ଅର୍ଥ "ଆମ୍ଭମାନଙ୍କ ସହିତ ଈଶ୍ୱର [୧:୨୩] ।

Matthew 1:24

ମରିୟମ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ କ'ଣ ନ କରିବାକୁ ଯୋଷେଫଙ୍କୁ ସାବଧାନ କରାଯାଇଥିଲା ?

ମରିୟମ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ ସହବାସ ନ କରିବାକୁ ଯୋଷେଫଙ୍କୁ ସାବଧାନ କରାଯାଇଥିଲା [୧:୨୫]।