Matthew 3

Matthew 3:1

ବାପ୍ତିଜକ ଯୋହନ ପ୍ରାନ୍ତରରେ କ'ଣ ଘୋଷଣା କରୁଥିଲେ ?

ମନ ପରିବର୍ତ୍ତନ କର କାରଣ ସ୍ଵର୍ଗ ରାଜ୍ୟ ସନ୍ନିକଟ ଯୋହନ ଏହା ପ୍ରଚାର କରୁଥଲେ [୩:୨]।

ବାପ୍ତିଜକ ଯୋହନ କ'ଣ କରିବେ ବୋଲି ଭାବାବାଦୀ ଯିଶାଇୟ କହିଥିଲେ ?

ପ୍ରଭୁଙ୍କ ପଥ ସରଳ କର ଏହା ଭାବବାଦୀ ଯିଶାଇୟ ବାପ୍ତିଜକ ଯୋହନଙ୍କ ବିଷୟରେ କହିଥିଲେ [୩:୩]।

Matthew 3:7

ବାପ୍ତିଜକ ଯୋହନ ଫାରୂଶୀ ଓ ସାଦ୍ଦୂକୀମାନଙ୍କୁ କ'ଣ କରିବାକୁ କହିଲେ ?

ବାପ୍ତିଜକ ଯୋହନ ଫାରୂଶୀ ଓ ସାଦ୍ଦୂକୀମାନଙ୍କୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର ବୋଲି କହିଥିଲେ [୩:୮] ।

ବାପ୍ତିଜକ ଯୋହନ ଫାରୂଶୀ ଓ ସାଦ୍ଦୂକୀମାନଙ୍କୁ ଆପଣା ପରସ୍ପର ମଧ୍ୟରେ କ'ଣ ନ ଭାବିବାକୁ ଚେତନା ଦେଇଅଛନ୍ତି?

ଅବ୍ରାହାମ ଆମ୍ଭମାନଙ୍କର ପିତା ବୋଲି ମନେ ମନେ ଏ ପରି ତୁମ୍ଭେମାନେ ଭାବ ନା ବୋଲି ଯୋହନ ଚେତନା ଦେଇଅଛନ୍ତି [୩:୯]।

Matthew 3:10

ଯୋହନଙ୍କ ଅନୁସାରେ ଯେକୌଣସି ଗଛ ଭଲ ଫଳ ନ ଫଳେ ତାହା ପ୍ରତି କ'ଣ କରାଯିବ ?

ଯୋହନଙ୍କ ଅନୁସାରେ ଯେକୌଣସି ଗଛ ଭଲ ଫଳ ନ ଫଳେ ତାହା ହଣାଯାଇ ନିଆଁରେ ପକାଯିବ [୩:୧୦] ।

ବାପ୍ତିଜକ ଯୋହନଙ୍କ ପରେ ଆସୁଅଛନ୍ତି ଯେ ଜଣେ ସେ କିପରି ହୋଇପାରନ୍ତି ?

ବାପ୍ତିଜକ ଯୋହନଙ୍କ ପରେ ଯେ ଆସୁଅଛନ୍ତି ସେ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିଜକ ଦେବେ [୩:୧୧]।

Matthew 3:13

ଯୀଶୁ କ'ଣ ଯୋହନଙ୍କୁ କହିଲେ ଯେ ଯାହା ଯୋହନଙ୍କୁ ବୁଝେଇଲା ଯୀଶୁଙ୍କୁ ବାପ୍ତିଜକ ଦେବା ନିମନ୍ତେ ?

ଯେତେବେଳେ ଯୀଶୁ କହିଲେ ,ଏହି ପ୍ରକାରେ ଧର୍ମକର୍ମ ସାଧନ କରିବାକୁ ଆମ୍ଭମାନଙ୍କର ଉପଯୁକ୍ତ ,ସେଥିରେ ଯୋହନ ତାଙ୍କ କଥାରେ ସମ୍ମତ ହେଲେ [୩:୧୫]।

Matthew 3:16

ଯୀଶୁ ଯେତେବେଳେ ଜଳରୁ ଉଠି ଆସିଲେ ସେ କ'ଣ ଦେଖିଲେ ?

ଯୀଶୁ ବାପ୍ତିଜିତ ହେଲାକ୍ଷଣି, ସେ ଈଶ୍ଵରଙ୍କ ଆତ୍ମାଙ୍କୁ କପୋତ ପରି ଅବତରଣ କରି ନିଜ ଉପରକୁ ଆସିବା ଦେଖିଲେ [୩:୧୬]।

ଯୀଶୁ ବାପ୍ତିଜିତ ହେଲା ପରେ ଆକାଶରେ କେଉଁ ବାଣୀ ହେଲା ?

ଯୀଶୁ ବାପ୍ତିଜିତ ହେଲା ପରେ ଆକାଶରେ ଏହି ବାଣୀ ହେଲା''ଏ ଆମ୍ଭମାନଙ୍କର ପ୍ରିୟ ପୁତ୍ର ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ [୩:୧୭]।