1 ଯୀଶୁ ନିଜର ବାରଜଣ ଶିଷ୍ୟମାନଙ୍କୁ ପାଖକୁ ଡାକି ସେମାନଙ୍କୁ ଭୂତଆତ୍ମା ବାହର କରିବାକୁ ଓ ସବୁ ପ୍ରକାର ରୋଗ ବ୍ୟାଧିରୁ ଲୋକମାନଙ୍କୁ ସୁସ୍ଥ କରିବାର କ୍ଷମତା ଦେଲେ I 2 ଯୀଶୁ ବାରଜଣ ଶିଷ୍ୟମାନଙ୍କର ନାମ ଏହି ଯାହାଙ୍କୁ ପ୍ରେରିତ ବୋଲି ମଧ୍ୟ କୁହାଯାଏ, ସେମାନେ ହେଲେ ଶିମୋନ (ଯାହାଙ୍କୁ ପିତର ବୋଲି ନୂତନ ନାମ ଦେଲେ) ଅନ୍ଦ୍ରିୟ (ପିତରଙ୍କ ସାନ ଭାଇ) ଯାକୁବ (ଜେବଦିଙ୍କ ପୁତ୍ର) ଯୋହନ ( ଯାକୁବଙ୍କ ସାନ ଭାଇ) 3 ଫିଲିପ୍ପ, ବାର୍ଥଲମୀ, ଥୋମା, ମାଥିଉ (କର ଆଦାୟକାରୀ), ଯାକୁବ (ଆଲଫିଙ୍କ ପୁତ୍ର) ଥଦ୍ଦୀୟ, 4 ଶିମୋନ(ସ୍ଵଦେଶ-ପ୍ରେମୀ) ଓ ଇଷ୍କାରିୟୋତୀୟ ଯିହୁଦା (ଯେ ବିଶ୍ଵାସଘାତ କରି ଯୀଶୁଙ୍କୁ ଧରା ପକାଇଥିଲା I 5 ଯୀଶୁ ଏହି ବାର ଜଣଙ୍କୁ ପଠାଇ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, ଅଣଯିହୂଦୀମାନଙ୍କ ପାଖକୁ ଯାଅ ନାହିଁ ଏବଂ ଶମିରୋଣୀୟମାନଙ୍କର କୌଣସି ନଗରରେ ପ୍ରବେଶ କର ନାହିଁ, 6 ଯୀଶୁ ଆପଣା ଶିଷ୍ୟ ମାନଙ୍କୁ ଏହି ନିକାଶ ଦେଇ ପଠାଇଲେ, ତୁମ୍ଭେମାନେ ବିଭିନ୍ନ ସ୍ଥାନକୁ ଯାଇ ସୁସମାଚାର ପ୍ରଚାର କର, ମାତ୍ର ଅଣଯିହୂଦୀ ଓ ଶମିରୋଣବାସୀଙ୍କ ନିକଟକୁ ଯାଅ ନାହିଁ, 7 ସେମାନଙ୍କ ନିକଟରେ ଏହି ସୁସମାଚାର ପ୍ରଚାର କର ସ୍ଵର୍ଗ ରାଜ୍ୟ ସନ୍ନିକଟ I 8 ରୋଗୀମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ ଓ କୁଷ୍ଠମାନଙ୍କୁ ସୁସ୍ଥ କର, ଭୂତ ଆତ୍ମାମାନଙ୍କୁ ବାହାର କର, ସାହାଯ୍ୟ ପାଇଁ ଲୋକମାନଙ୍କୁ ମାଗ ନାହିଁ, କାରଣ ଈଶ୍ଵର ମଧ୍ୟ ତୁମ୍ଭକୁ ସାହାଯ୍ୟ କରି ତୁମ୍ଭଠାରୁ ଅର୍ଥ ଦାବି କରନ୍ତି ନାହିଁ I 9 ତୁମ୍ଭ ସଙ୍ଗରେ ଅର୍ଥ/ଟଙ୍କା ମୁଣା ନିଅ ନାହିଁ I 10 କିମ୍ଵା ମୁଣାଟିଏ ମଧ୍ୟ ନିଅ ନାହିଁ, ମଧ୍ୟ କୌଣସି ପୋଷାକ ନିଅ ନାହିଁ, ଅବା ଜୋତା କିମ୍ବା ବାଡ଼ି ସୁଦ୍ଧା ନିଅ ନାହିଁ, କାରଣ ମଜୁରିଆ ତାହାର ମଜୁରୀ ପାଇବା ଯୋଗ୍ୟ I 11 ତୁମ୍ଭେମାନେ ଯେତେବେଳେ କୌଣସି ନଗର କିମ୍ବା ଗ୍ରାମରେ ପ୍ରବେଶ କରିବ, ସେତେବେଳେ ମୋ’ ଗୃହରେ ରୁହ ବୋଲି ଚାହୁଁଥିବା ଲୋକଙ୍କୁ ଖୋଜି ବାହାର କର I 12 ଯେତେବେଳେ ତୁମ୍ଭେ ତାହାର ସେହି ଗୃହରେ ପ୍ରବେଶ କରିବ ସେହି ଗୃହରେ ବାସ କରୁଥିବା ପ୍ରତ୍ୟେକ ଲୋକଙ୍କୁ ଆଶୀର୍ବାଦ ନିମନ୍ତେ ଈଶ୍ଵରଙ୍କଠାରେ ପ୍ରାର୍ଥନା କର, ସେହି ଗ୍ରାମ ଓ ସେହି ନଗର ନ ଛାଡିବା ପର୍ଯ୍ୟନ୍ତ ସେହି ଗୃହରେ ରୁହ ! 13 ସେହି ଗୃହର କର୍ତ୍ତା ଯେତେବେଳେ ତୁମ୍ଭକୁ ଉତ୍ତମ ଭବରେ ସ୍ଵାଗତ କରେ, ଈଶ୍ଵର ସେମାନଙ୍କୁ ଆଶୀର୍ବାଦ କରିବେ, ମାତ୍ର ସେମାନେ ତୁମ୍ଭକୁ ସ୍ଵାଗତ ନ କରନ୍ତି ତେବେ ତୁମ୍ଭର ପ୍ରାର୍ଥନା ସେମାନଙ୍କୁ ସାହାଯ୍ୟ କରିବ ନାହିଁ ଏବଂ ଈଶ୍ଵର ମଧ୍ୟ ସେମାନଙ୍କୁ ଆଶୀର୍ବାଦ କରିବେ ନାହିଁ ! 14 ସେହି ନଗରରେ ଅବସ୍ଥିତ ଲୋକମାନେ ଯେବେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ କିମ୍ବା ତୁମ୍ଭ ବାର୍ତ୍ତା ଶୁଣନ୍ତି ନାହିଁ ତେବେ ସେହି ସ୍ଥାନ ପରିତ୍ୟାଗ କରି ବାହାରି ଆସ ! ଯେତେବେଳେ ସେହି ସ୍ଥାନ ପରିତ୍ୟାଗ କରି ଆସ ସେତେବେଳେ ସେହି ସ୍ଥାନରେ ନିଜର ପାଦ ଧୂଳି ଝାଡି ଦିଅ, ତାହା କରିବା ଦ୍ୱାରା ଯେପରି ସେମାନେ ତୁମ୍ଭକୁ ପ୍ରତ୍ୟାଖ୍ୟାନ କରିଥିଲେ ସେହିପରି ଈଶ୍ଵର ମଧ୍ୟ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିବେ ! 15 ଏହି ବିଷୟ ପ୍ରତି ଯତ୍ନରେ ଧ୍ୟାନ ଦିଅ, ମହା ବିଚାର ଦିନରେ ସେହି ସ୍ଥାନରେ ବାସ କରୁଥିବା ଦୁଷ୍ଟ ଲୋକମାନଙ୍କ ପାପପୂର୍ଣ୍ଣ ନଗରୀ ସଦୋମ ଓ ଗମୋରା ଦୁର୍ଦ୍ଦଶାଠାରୁ ଅଧିକ ବଳିଯିବ ! 16 ମନେରଖ, ମୁଁ ଯେତେବେଳେ ତୁମ୍ଭମାନଙ୍କୁ ସୁରକ୍ଷା ବିହୀନ ମେଷପରି କେନ୍ଦୁଆ ପରି ଚରିତ୍ର ଲୋକମାନଙ୍କ ମଧ୍ୟକୁ ପଠାଉଛି, ଏଣୁ ତୁମ୍ଭେ ସର୍ପ ପରି ଚତୁର ଓ କପୋତ ପରି ଅହିଂସ୍ରକ ହୁଅ I 17 କିନ୍ତୁ ସାବଧାନ ଲୋକମାନେ ତୁମ୍ଭମାନଙ୍କୁ ବନ୍ଦୀ କରିବେ ଏବଂ ତୁମ୍ଭମାନଙ୍କୁ ବିଚାରାଳୟରେ ତୁମ୍ଭକୁ ଠିଆ କରିବେ ଓ ଉପାସନାଳୟମାନଙ୍କରେ ତୁମ୍ଭମାନଙ୍କୁ ପ୍ରହାର କରିବେ ! 18 ହଁ, ମୋ’ ହେତୁରୁ ତୁମ୍ଭେମାନେ ରାଜା ଓ ରାଜ୍ୟପାଳଙ୍କ ଆଗରେ ବିଚାରିତ କରି ଦଣ୍ଡିତ କରିବେ, କିନ୍ତୁ ତୁମ୍ଭେମାନେ ସେହି ଶାସକ ଓ ଅଣ ଯିହୂଦୀମାନଙ୍କଠାରେ ମୋ’ ବିଷୟରେ ନେଇ ପରୀକ୍ଷିତ ହେବ I 19 ଯେତେବେଳେ ଲୋକମାନେ ତୁମ୍ଭମାନଙ୍କୁ ଗୀରାଫ କରିବେ, ସେତେବେଳେ କ’ଣ କରିବାକୁ ହେବ ଏ ବିଷୟ ନେଇ ଆଦୌ ଚିନ୍ତିତ ହୁଅ ନାହିଁ, କାରଣ କ’ଣ କହିବାକୁ ହେବ, ସେ ସମୟରେ ତୁମ୍ଭକୁ ଜଣେଇ ଦିଆଯିବ ! 20 ଯେହେତୁ ତୁମ୍ଭେ ଯେ କଥା କହିବ ତାହା ନୁହଁ, ମାତ୍ର ତୁମ୍ଭର ସ୍ଵର୍ଗୀୟ ପିତାଙ୍କ ଆତ୍ମା ତୁମ୍ଭ ମଧ୍ୟ ଦେଇ କଥା କହିବେ I 21 ମୋ’ଠାରେ ବିଶ୍ୱାସ କରୁଥିବା ଯୋଗୁଁ ଲୋକେ ତୁମ୍ଭମାନଙ୍କୁ ହତ୍ୟା କରିବା ନିମନ୍ତେ ଅଧିକାରୀଙ୍କ ହସ୍ତରେ ସମର୍ପଣ କରିବେ, ଉଦାହରଣ ସ୍ଵରୂପ ଭାଇ ଆପଣା ଭାଇର ଏବଂ ପିତା ଆପଣା ଆପଣା ସନ୍ତାନକୁ ଧରାଇଦେବେ ଓ ସନ୍ତାନ ଆପଣା ଆପଣା ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କର ମୃତ୍ୟୁର କାରଣ ହେବେ । 22 ମୋ’ଉପରେ ଭରସା ରଖିବାର କାରଣରୁ ଲୋକମାନେ ତୁମ୍ଭମାନଙ୍କୁ ଅତ୍ୟନ୍ତ ଘୃଣା କରିବେ, କିନ୍ତୁ ଯେ ମରଣ ପର୍ଯ୍ୟନ୍ତ ମୋ’ଠାରେ ଧାର୍ଯ୍ୟ ଧରି ବିଶ୍ଵସ୍ତ ରହିବେ ଈଶ୍ଵର ସେମାନଙ୍କୁ ପରିତ୍ରାଣ ଦେବେ । 23 ଗୋଟିଏ ସହରରେ ତୁମ୍ଭ ପ୍ରତି ନିର୍ଯ୍ୟାତନା ଘଟିଲେ ଅନ୍ୟ ସହରକୁ ପଳାଅ, ମୁଁ ମନୁଷ୍ୟ ସନ୍ତାନ ତୁମ୍ଭମାନଙ୍କୁ ସତ୍ୟ ସତ୍ୟ କହୁଅଛି, ତୁମ୍ଭେମାନେ ଇସ୍ରାଏଲ ଦେଶର ସହରକୁ ଯାଇ ମୋ’ବିଷୟରେ କହି ନ ଥିବା ଖ୍ରୀଷ୍ଟ ଆସିବେ । 24 ଶିଷ୍ୟ ଗୁରୁଠାରୁ କିମ୍ବା ଦାସ କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ । 25 ଶିଷ୍ୟ ଆପଣା ଗୁରୁ ଓ ଦାସ ଆପଣା କର୍ତ୍ତା ପରି ହେଲେ ସେମାନଙ୍କ ପକ୍ଷରେ ଯଥେଷ୍ଟ । ସେମାନେ ଯେବେ ଗୃହକର୍ତ୍ତାଙ୍କୁ ବାଲ୍ଜିବୂଲ୍ ବୋଲି କହିଅଛନ୍ତି, ତେବେ ତାହାଙ୍କର ପରିଜନଙ୍କୁ ତ ଆହୁରି ଅଧିକ କହିବେ । 26 ଅତଏବ ସେମାନଙ୍କୁ ଭୟ କର ନାହିଁ; କାରଣ ଯାହା ପ୍ରକାଶିତ ନ ହେବ, ଏପରି ଆଚ୍ଛାଦିତ କିଛି ନାହିଁ, ଆଉ ଯାହା ଜଣା ନ ଯିବ, ଏପରି ଗୁପ୍ତ କିଛି ନାହିଁ । 27 ମୁଁ ତୁମ୍ଭମାନଙ୍କୁ ଯାହା ଅନ୍ଧକାରରେ କହେ, ତାହା ଆଲୋକରେ କୁହ, ପୁଣି, ଯାହା ତୁମ୍ଭେମାନେ ଗୋପନରେ ଶୁଣ, ତାହା ଘର ଛାତ ଉପରେ ଘୋଷଣା କର । 28 ଆଉ ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ କରି ପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ; ବରଂ ଯେ ଶରୀର ଓ ଆତ୍ମା ଉଭୟକୁ ନର୍କରେ ବିନଷ୍ଟ କରି ପାରନ୍ତି, ତାହାଙ୍କୁ ହିଁ ଭୟ କର । 29 ଦୁଇଟି ଘରଚଟିଆ କ'ଣ ଗୋଟିଏ ପଇସାରେ ବିକାଯାଆନ୍ତି ନାହିଁ ? ଆଉ ତୁମ୍ଭମାନଙ୍କର ପିତାଙ୍କର ଅନୁମତି ବିନା ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ତଳେ ପଡ଼େ ନାହିଁ; 30 କିନ୍ତୁ ତୁମ୍ଭମାନଙ୍କ ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି । 31 ଏଣୁ ଭୟ କର ନାହିଁ, ତୁମ୍ଭେମାନେ ଅନେକ ଘରଚଟିଆଠାରୁ ଶ୍ରେଷ୍ଠ । 32 ଆଉ, ଯେ କେହି ଲୋକଙ୍କ ଆଗରେ ମୋତେ ସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ଆଗରେ ତାହାକୁ ସ୍ୱୀକାର କରିବି । 33 ମାତ୍ର ଯେ କେହି ଲୋକଙ୍କ ଆଗରେ ମୋତେ ଅସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ଆଗରେ ତାହାକୁ ଅସ୍ୱୀକାର କରିବି । 34 ମୁଁ ଯେ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି, ଏହା ମନେ କର ନାହିଁ; ଶାନ୍ତି ଦେବାକୁ ନ ଆସି ବରଂ ଖଡ଼୍ଗ ଦେବାକୁ ଆସିଅଛି । 35 କାରଣ ମୁଁ ପିତାଙ୍କ ସହିତ ପୁତ୍ରର ଓ ମାତା ସହିତ କନ୍ୟାର ପୁଣି, ଶାଶୁ ସହିତ ବୋହୁର ବିରୋଧ ବଢାଇବାକୁ ଆସିଅଛି, 36 ଆଉ ମନୁଷ୍ୟର ନିଜ ପରିଜନ ହିଁ ତାହାର ଶତ୍ରୁ ହେବେ । 37 ଯେ ପିତା କି ମାତାକୁ ମୋ’ଠାରୁ ଅଧିକ ପ୍ରିୟ ଜ୍ଞାନ କରେ, ସେ ମୋହର ଯୋଗ୍ୟ ନୁହେଁ, ପୁଣି, ଯେ ପୁତ୍ର କି କନ୍ୟାକୁ ମୋ’ଠାରୁ ଅଧିକ ପ୍ରେମ କରେ, ସେ ମୋହର ଯୋଗ୍ୟ ନୁହେଁ । 38 ଆଉ ଯେ ଆପଣା କ୍ରୁଶ ନେଇ ମୋହର ଅନୁଗମନ ନ କରେ, ସେ ମୋହର ଯୋଗ୍ୟ ନୁହେଁ । 39 ଯେ ଆପଣା ଜୀବନ ବଞ୍ଚାଏ, ସେ ତାହା ହରାଇବ, ଆଉ ଯେ ମୋ ନିମନ୍ତେ ଆପଣା ଜୀବନ ହରାଏ, ସେ ତାହା ବଞ୍ଚାଇବ । 40 ଯେ ତୁମ୍ଭମାନଙ୍କୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ । 41 ଯେ ଭାବବାଦୀଙ୍କୁ ଭାବବାଦୀ ବୋଲି ଗ୍ରହଣ କରେ, ସେ ଭାବବାଦୀଙ୍କ ପୁରସ୍କାର ପାଇବ । ଆଉ ଯେ ଧାର୍ମିକ ବ୍ୟକ୍ତିଙ୍କୁ ଧାର୍ମିକ ବୋଲି ଗ୍ରହଣ କରେ, ସେ ଧାର୍ମିକ ବ୍ୟକ୍ତିଙ୍କ ପୁରସ୍କାର ପାଇବ । 42 ପୁଣି, ଯେ କେହି ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ମୋହର ଶିଷ୍ୟ ବୋଲି ଯଦି ଗିନାଏ ଥଣ୍ଡା ପାଣି ମଧ୍ୟ ପିଇବାକୁ ଦେବ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ ।