Matthew 28

Matthew 28:1

ମଗ୍‌ଦଲିନୀ ଓ ଅନ୍ୟ ମରିୟମ କେଉଁ ଦିନ ଓ ସମୟ ଯୀଶୁଙ୍କ ସମାଧି ଦେଖିବାକୁ ଯାଇଥିଲେ ?

ବିଶ୍ରାମବାର ଦିନରେ ଓ ସପ୍ତାହର ପ୍ରଥମ ଦିବସରେ ପ୍ରତ୍ୟୁଷରେ ମଗ୍‌ଦଲିନୀ ଓ ମରିୟମ ଓ ଅନ୍ୟ ମରିୟମ ସମାଧି ଦେଖିବାକୁ ଯାଇଥିଲେ [୨୮:୧]।

ଯୀଶୁଙ୍କର ସମାଧୀରୁ ପଥର ଖଣ୍ଡିକ କିପରି ଗଢାଇ ଦିଆଯାଇଥିଲା ?

କାରଣ ପ୍ରଭୁଙ୍କର ଜଣେ ଦୂତ ସ୍ଵର୍ଗରୁ ଓହ୍ଲାଇ ଆସି ସେହି ପଥର ଖଣ୍ଡିକ ଗଢାଇ ଦେଇଥିଲେ [୨୮:୨]।

Matthew 28:3

ଯେତେବେଳେ ପ୍ରହରୀମାନେ ଦୂତ ଦେଖିଲେ ସେମାନେ କ'ଣ କଲେ ?

ଯେତେବେଳେ ପ୍ରହରୀମାନେ ଦୂତ ଦେଖିଲେ ସେମାନେ ଭୟରେ କମ୍ପମାନ ହୋଇ ମୃତବତ୍ ହେଲେ [୨୮:୪]।

Matthew 28:5

ଦୂତ ସ୍ତ୍ରୀମାନଙ୍କୁ ଯୀଶୁଙ୍କ ବିଷୟରେ କ'ଣ କହିଲେ ?

ଦୂତମାନେ କହିଲେ ଯେ ଯୀଶୁ ଉଠି ଅଛନ୍ତି ଓ ପୁଣି ଦେଖ, ସେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯାଉଉଛନ୍ତି [୨୮:୫-୭]।

Matthew 28:8

ସ୍ତ୍ରୀମାନେ ଶିଷ୍ୟମାନଙ୍କୁ କହିବା ନିମନ୍ତେ ସେମାନଙ୍କର ରାସ୍ତାରେ ଯାଉଥିବା ସମୟରେ କ'ଣ ଘଟିଲା ?

ସ୍ତ୍ରୀମାନେ ଯୀଶୁଙ୍କୁ ଭେଟିଲେ, ତହୁଁ ସେମାନେ ନିକଟକୁ ଆସି ତାହାଙ୍କ ପାଦ ଧରି ତାହାଙ୍କୁ ପ୍ରଣାମ କଲେ [୨୮:୮-୯]।

Matthew 28:11

ସମାଧିଠାରେ ଯେଉଁ ସବୁ ଘଟଣା ଘଟିଥିଲା ତାହା ଯେତେବେଳେ ପ୍ରହରୀମାନେ ଆସି ପ୍ରଧାନ ଯାଜକ ମାନଙ୍କୁ କହିଲେ ତେବେ ପ୍ରଧାନ ଯାଜକ କ'ଣ କଲେ ?

ପ୍ରଧାନ ଯାଜକମାନେ ସୈନ୍ୟମାନଙ୍କୁ ବହୁତ ଟଙ୍କା ଦେଲେ ଓ କହିବାକୁ କହିଲେ ଯେ ଯୀଶୁଙ୍କର ଶରୀରକୁ ଶିଷ୍ୟମାନେ ଚୋରି କରି ନେଇ ଯାଇ ଅଛନ୍ତି [୨୮:୧୧-୧୩]।

Matthew 28:16

ଶିଷ୍ୟମାନେ ଗାଲିଲୀରେ ଯୀଶୁଙ୍କୁ ଦେଖିଲା ପରେ ସେମାନେ କ'ଣ କଲେ ?

ଶିଷ୍ୟମାନେ ଯୀଶୁଙ୍କୁ ପ୍ରଣାମ କଲେ କିନ୍ତୁ କିଛି ସନ୍ଦେହ କଲେ [୨୮:୧୭]।

Matthew 28:18

କେଉଁ ଅଧିକାର ତାଙ୍କୁ ଦିଆଯାଇଅଛି ବୋଲି ଯୀଶୁ କହିଲେ ?

ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ତାହାଙ୍କୁ ପ୍ରଦତ୍ତ ହୋଇଅଛି ବୋଲି ଯୀଶୁ କହିଲେ [୨୮:୧୮]।

କେଉଁ ତିନି ବିଷୟ ଯୀଶୁ ଆପଣା ଶିଷ୍ୟମାନଙ୍କୁ କରିବାକୁ କହିଲେ ?

ଯାଇ ସମସ୍ତ ଜାତିର ଲୋକଙ୍କୁ ଶିଷ୍ୟ କରି, ବାପ୍ତିଜକ ଦେଇ ଏବଂ ଶିକ୍ଷା ଦେଇ ସେମାନଙ୍କୁ ସମସ୍ତ ଯୀଶୁଙ୍କର ଆଜ୍ଞା ପାଳନ କରିବାକୁ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ [୨୮:୧୯-୨୦]।

କେଉଁ ନାମରେ ବାପ୍ତିସ୍ମ ଦେବାକୁ ଯୀଶୁ ଶିଷ୍ୟମାନଙ୍କୁ ଆଜ୍ଞା ଦେଲେ ?

ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେବାକୁ ଯୀଶୁ ଶିଷ୍ୟମାନଙ୍କୁ କହିଲେ [୨୮:୧୯]।