ପ୍ରଭାତରେ ସେମାନେ ତାଙ୍କୁ ପୀଲାତ ଶାସନକର୍ତ୍ତାଙ୍କ ନିକଟକୁ ନେଲେ [୨୭:୨]।
ଯିହୂଦା ଅନୁତାପ କରି, ସେହି ତିରିଶ ଗୋଟି ରୌପ୍ୟମୁଦ୍ରା ଫେରାଇ ସେ ବାହାରକୁ ଯାଇ ଆତ୍ମ ହତ୍ୟା କଲେ [୨୭:୩-୫]।
ପ୍ରଧାନ ଯାଜକମାନେ ସେହି ରୌପ୍ୟମୁଦ୍ରାଗୁଡ଼ାକ ଘେନି ଯେଉଁଠାରେ ବିଦେଶୀମାନଙ୍କର ସମାଧି କରନ୍ତି ସେହି ମୁଦ୍ରାରେ କୁମ୍ଭକାରର କ୍ଷେତ୍ର କିଣିଲେ [୨୬:୬-୭] ।
ଯିରିମୀୟ ଭାବବାଦୀଙ୍କ ବାକ୍ୟକୁ ଏହି ଘଟଣା ସଫଳ କଲା [୨୭:୯-୧୦] ।
ସେ କି ଯିହୂଦୀମାନଙ୍କର ରାଜା ବୋଲି ପୀଲାତ ପଚାରିଲେ ଏବଂ ଯୀଶୁ ଉତ୍ତର ଦେଲେ ,''ତୁମ୍ଭେ ତାହା କହୁଅଛ ''[୨୭:୧୧] ।
ଯୀଶୁ ଏମିତିକି ପଦେ ହେଲେ ଉତ୍ତର ଦେଲେ ନାହିଁ [୨୭:୧୨-୧୪] ।
ପର୍ବର ବିଧି ପ୍ରଥା ଅନୁସାରେ ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ଚାହୁଁ ଥିଲେ [୨୭:୧୫-୧୮] ।
ଏହି ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ କିଛି ନ କରିବାକୁ ପୀଲାତଙ୍କୁ କହିଥିଲେ [୨୭:୧୯] ।
ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ବାରବ୍ବାକୁ ମାଗିବା ପାଇଁ ଓ ଯୀଶୁଙ୍କୁ ବଦଳରେ ମାଗିବାକୁ ଲୋକସମୂହକୁ ମଣାଇଲେ [୨୭:୨୦]।
ଯୀଶୁଙ୍କୁ କ୍ରୁଶରେ ଚଡେଇବାକୁ ଲୋକସମୂହ ଚିତ୍କାର କରି କହିଲେ [୨୭:୨୨-୨୩]।
ପୀଲାତ ଜଳ ଘେନି ହସ୍ତ ପ୍ରକ୍ଷାଳନ କରି କହିଲେ, ଏହି ରକ୍ତପାତରେ ସେ ନିର୍ଦ୍ଦୋଷ, ଏବଂ ଯୀଶୁଙ୍କୁ ଲୋକସମୂହ ଦିଆଯାଇଥିଲେ [୨୭:୨୪] ।
''ତାହାର ରକ୍ତ ଆମ୍ଭମାନଙ୍କ ଓ ଆମ୍ଭମାନଙ୍କ ସନ୍ତାନମାନଙ୍କ ଉପରେ ବର୍ତ୍ତୁ,''ଲୋକମାନେ କହିଲେ [୨୭:୨୫] ।
ସୈନ୍ୟମାନେ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେଆଉ କଣ୍ଟାର ମୂକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ନମସ୍କାର, ତାହାଙ୍କୁ ପରିହାସ କଲେ ଆଉ, ସେମାନେ ତାହାଙ୍କ ଉପରେ ଛେପ ପକାଇଲେ ଓ ତାହାଙ୍କ ମୁଣ୍ଡରେ ମାରିବାକୁ ଲାଗିଲେ ଓ ତାହାଙ୍କୁ କ୍ରୁଶରେ ଚଢ଼ାଇବାକୁ ଘେନିଗଲେ [୨୭:୨୭-୩୧]।
ଶିମୋନ କୂରୀଣୀୟକୁ ଯୀଶୁଙ୍କ କ୍ରୁଶ ବହିବା ପାଇଁ ବାଧ୍ୟ କଲେ [୨୭:୩୨] ।
ସେମାନେ ଗଲ୍ଗଥା ନାମକ ସ୍ଥାନ, ଅର୍ଥାତ୍, ଯାହାକୁ ''କପାଳ ସ୍ଥଳ,'' ବୋଲି କହନ୍ତି, ସେଠାକୁ ଗଲେ [୨୭:୩୩]।
ସୈନ୍ୟମାନେ ତାହାଙ୍କ ବସ୍ତ୍ରସବୁ ଗୁଲିବାଣ୍ଟ ଦ୍ୱାରା ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ ଏବଂ ସେଠାରେ ବସି ତାହାଙ୍କୁ ଜଗି ରହିଲେ [୨୭:୩୫-୩୬] ।
''ଏ ଯିହୂଦୀମାନଙ୍କର ରାଜା ଯୀଶୁ,''ସେମାନେ ଲେଖିଲେ [୨୭:୩୭] ।
ଯୀଶୁଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ, ଏହିପରି ଦୁଇ ଜଣ ଡକାଇତ ତାହାଙ୍କ ସହିତ କ୍ରୁଶରେ ଚଢ଼ାଗଲେ [୨୭:୩୮] ।
ସେମାନେ ସମସ୍ତେ ଯୀଶୁ ନିଜକୁ ନିଜେ ରକ୍ଷା କରୁ ଏବଂ କ୍ରୁଶରୁ ଓହ୍ଲାଇ ଆସୁ ବୋଲି ଆହ୍ୱାନ କଲେ [୩୯:୪୪] ।
ଛଅରୁ ନଅ ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା [୨୭:୪୫]।
''ହେ ମୋହର ଈଶ୍ୱର, ହେ ମୋହର ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ ? ''ଯୀଶୁ ଡାକି କହିଲେ [୨୭:୪୬]।
ଯୀଶୁ ତାହାଙ୍କର ପ୍ରାଣ ତ୍ୟାଗ କଲେ [୨୭:୫୦]।
ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା, ଯୀଶୁ ପ୍ରାଣ ତ୍ୟାଗ କଲା ପରେ [୨୭:୫୧] ।
ଯୀଶୁଙ୍କ ମୃତ୍ୟୁ ପରେ, ସମାଧିରେ ମହାନିଦ୍ରାଗତ ଅନେକ ସାଧୁଲୋକଙ୍କ ଶରୀର ଉତ୍ଥାପିତ ହେଲେ ପୁଣି ଅନେକଙ୍କୁ ଦର୍ଶନ ଦେଲେ [୨୭:୫୨-୫୩] ।
ଶତସେନାପତି କହିଲେ,''ସତ୍ୟ, ଏ ଈଶ୍ୱରଙ୍କ ପୁତ୍ର ଥିଲେ''[୨୭:୫୪] ।
ଯୀଶୁଙ୍କର ଜଣେ ଧନୀ ଶିଷ୍ୟ ଯୋଷେଫ,ପୀଲାତଙ୍କୁ ଶରୀର ମାଗି ଶରିରଟି ଘେନି ପରିଷ୍କୃତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇ ଆପଣାର ଯେଉଁ ନୂତନ ସମାଧି ପାହାଡରେ ଖୋଲିଥିଲେ ସେଥିରେ ତାହାଙ୍କୁ ରଖିଲେ [୨୭:୬୦]।
ଯେଉଁଠାରେ ଯୀଶୁଙ୍କର ଶରୀର ଥିଲା ସେ ସମାଧି ଦ୍ୱାରରେ ଖଣ୍ଡିଏ ବଡ଼ ପଥର ରଖାଯାଇଥିଲା [୨୭:୬୦]।
ପ୍ରଧାନ ଯାଜକ ଓ ଫାରୂଶୀମାନେ ଚାହୁଁଥିଲେ ଯେ ସେମାନେ ସୁନିଶ୍ଚିତ ହେବାକୁ ଚାହୁଁଥିଲେ, ଯୀଶୁଙ୍କର ଶରୀର କେହି ଚୋରି କରି ନେଇ ନ ପାରେ [୨୭:୬୨-୬୪] ।
ପୀଲାତ ପଥର ଉପରେ ମୁଦ୍ରାଙ୍କିତ କରିବା ପାଇଁ ଅନୁମତି ଦେଲେ ଓ ସମାଧିରେ ପ୍ରହରୀ ରଖ ବୋଲି ପୀଲାତ ଅନୁମତି ଦେଲେ [୨୭:୬୫-୬୬]।