Matthew 27

Matthew 27:1

ପ୍ରଭାତରେ ପ୍ରଧାନ ଯାଜକ ଓ ପ୍ରାଚୀନ ମାନେ କେଉଁଠିକୁ ଯୀଶୁଙ୍କୁ ନେଲେ ?

ପ୍ରଭାତରେ ସେମାନେ ତାଙ୍କୁ ପୀଲାତ ଶାସନକର୍ତ୍ତାଙ୍କ ନିକଟକୁ ନେଲେ [୨୭:୨]।

Matthew 27:3

ଯେତେବେଳେ ଯିହୂଦା ଦେଖିଲେ ଯୀଶୁ ପ୍ରାଣଦଣ୍ଡାଜ୍ଞା ପାଇଅଛନ୍ତି ସେ କ'ଣ କଲେ ?

ଯିହୂଦା ଅନୁତାପ କରି, ସେହି ତିରିଶ ଗୋଟି ରୌପ୍ୟମୁଦ୍ରା ଫେରାଇ ସେ ବାହାରକୁ ଯାଇ ଆତ୍ମ ହତ୍ୟା କଲେ [୨୭:୩-୫]।

Matthew 27:6

ତିରିଶଗୋଟି ରୌପ୍ୟମୁଦ୍ରା ସହ ପ୍ରଧାନ ଯାଜକ କ'ଣ କଲେ ?

ପ୍ରଧାନ ଯାଜକମାନେ ସେହି ରୌପ୍ୟମୁଦ୍ରାଗୁଡ଼ାକ ଘେନି ଯେଉଁଠାରେ ବିଦେଶୀମାନଙ୍କର ସମାଧି କରନ୍ତି ସେହି ମୁଦ୍ରାରେ କୁମ୍ଭକାରର କ୍ଷେତ୍ର କିଣିଲେ [୨୬:୬-୭] ।

Matthew 27:9

କାହାର ଭବିଷ୍ୟବାଣୀକୁ ଏହି ଘଟଣା ସଫଳ କଲା?

ଯିରିମୀୟ ଭାବବାଦୀଙ୍କ ବାକ୍ୟକୁ ଏହି ଘଟଣା ସଫଳ କଲା [୨୭:୯-୧୦] ।

Matthew 27:11

ପୀଲାତ ଯୀଶୁଙ୍କୁ ପ୍ରଶ୍ନ କ'ଣ କଲେ ଏବଂ ଯୀଶୁଙ୍କର ଉତ୍ତର କ'ଣ ଥିଲା ?

ସେ କି ଯିହୂଦୀମାନଙ୍କର ରାଜା ବୋଲି ପୀଲାତ ପଚାରିଲେ ଏବଂ ଯୀଶୁ ଉତ୍ତର ଦେଲେ ,''ତୁମ୍ଭେ ତାହା କହୁଅଛ ''[୨୭:୧୧] ।

ଯୀଶୁ ସମସ୍ତ ପ୍ରଧାନ ଯାଜକ ଓ ପ୍ରାଚୀନ ଅଭିଯୋଗକାରୀମାନଙ୍କୁ କ'ଣ କହିଲେ ?

ଯୀଶୁ ଏମିତିକି ପଦେ ହେଲେ ଉତ୍ତର ଦେଲେ ନାହିଁ [୨୭:୧୨-୧୪] ।

Matthew 27:15

ନିସ୍ତାର ପର୍ବ ବିଧି ପ୍ରଥା ଅନୁସାରେ ପୀଲାତ ଯୀଶୁଙ୍କ ପ୍ରତି କ'ଣ କରିବାକୁ ଚାହୁଁ ଥିଲେ ?

ପର୍ବର ବିଧି ପ୍ରଥା ଅନୁସାରେ ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ଚାହୁଁ ଥିଲେ [୨୭:୧୫-୧୮] ।

Matthew 27:17

ପୀଲାତଙ୍କ ସ୍ତ୍ରୀ କେଉଁ ସମ୍ବାଦ ପଠାଇଥିଲେ ଯେପରି ସେ ବିଚାରର ଆସନରେ ବସିଥିଲେ ?

ଏହି ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ କିଛି ନ କରିବାକୁ ପୀଲାତଙ୍କୁ କହିଥିଲେ [୨୭:୧୯] ।

Matthew 27:20

କାହିଁକି ବାରବ୍‍ବା ଏବଂ ପର୍ବର ବିଧି ପ୍ରଥା ଅନୁସାରେ ଯୀଶୁ ମୁକ୍ତି ହେଲେ ନାହିଁ ?

ପ୍ରଧାନ ଯାଜକ ଓ ପ୍ରାଚୀନବର୍ଗ ବାରବ୍‍ବାକୁ ମାଗିବା ପାଇଁ ଓ ଯୀଶୁଙ୍କୁ ବଦଳରେ ମାଗିବାକୁ ଲୋକସମୂହକୁ ମଣାଇଲେ [୨୭:୨୦]।

ଯୀଶୁଙ୍କୁ କ'ଣ କରିବାକୁ ଲୋକସମୂହ ଚିତ୍କାର କରି କହିଲେ ?

ଯୀଶୁଙ୍କୁ କ୍ରୁଶରେ ଚଡେଇବାକୁ ଲୋକସମୂହ ଚିତ୍କାର କରି କହିଲେ [୨୭:୨୨-୨୩]।

Matthew 27:23

ଯେତେବେଳେ ପୀଲାତ ଦେଖିଲେ ଗଣ୍ଡଗୋଳ ଆରମ୍ଭ ହେଉଥିଲା ସେ କ'ଣ କଲେ ?

ପୀଲାତ ଜଳ ଘେନି ହସ୍ତ ପ୍ରକ୍ଷାଳନ କରି କହିଲେ, ଏହି ରକ୍ତପାତରେ ସେ ନିର୍ଦ୍ଦୋଷ, ଏବଂ ଯୀଶୁଙ୍କୁ ଲୋକସମୂହ ଦିଆଯାଇଥିଲେ [୨୭:୨୪] ।

Matthew 27:25

ଯେତେବେଳେ ପୀଲାତ ଯୀଶୁଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ ଲୋକମାନେ କ'ଣ କହିଲେ ?

''ତାହାର ରକ୍ତ ଆମ୍ଭମାନଙ୍କ ଓ ଆମ୍ଭମାନଙ୍କ ସନ୍ତାନମାନଙ୍କ ଉପରେ ବର୍ତ୍ତୁ,''ଲୋକମାନେ କହିଲେ [୨୭:୨୫] ।

Matthew 27:27

ତା'ପରେ ଶସନକର୍ତ୍ତାର ସୈନ୍ୟମାନେ ଯୀଶୁଙ୍କୁ କ'ଣ କଲେ ?

ସୈନ୍ୟମାନେ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେଆଉ କଣ୍ଟାର ମୂକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ନମସ୍କାର, ତାହାଙ୍କୁ ପରିହାସ କଲେ ଆଉ, ସେମାନେ ତାହାଙ୍କ ଉପରେ ଛେପ ପକାଇଲେ ଓ ତାହାଙ୍କ ମୁଣ୍ଡରେ ମାରିବାକୁ ଲାଗିଲେ ଓ ତାହାଙ୍କୁ କ୍ରୁଶରେ ଚଢ଼ାଇବାକୁ ଘେନିଗଲେ [୨୭:୨୭-୩୧]।

Matthew 27:32

ଶିମୋନ ନାମକ ଜଣେ କୂରୀଣୀୟ ବ୍ୟକ୍ତି କ'ଣ କରିବାକୁ ବାଧ୍ୟ କରା ଗଲେ ?

ଶିମୋନ କୂରୀଣୀୟକୁ ଯୀଶୁଙ୍କ କ୍ରୁଶ ବହିବା ପାଇଁ ବାଧ୍ୟ କଲେ [୨୭:୩୨] ।

ଯୀଶୁଙ୍କୁ କ୍ରୁଶରେ ଚଢ଼େଇବାକୁ ସେମାନେ କେଉଁଠିକୁ ଗଲେ ?

ସେମାନେ ଗଲ୍‍ଗଥା ନାମକ ସ୍ଥାନ, ଅର୍ଥାତ୍‍, ଯାହାକୁ ''କପାଳ ସ୍ଥଳ,'' ବୋଲି କହନ୍ତି, ସେଠାକୁ ଗଲେ [୨୭:୩୩]।

Matthew 27:35

ଯୀଶୁଙ୍କୁ କ୍ରୁଶରେ ଚଡେଇଲା ପରେ ସୈନ୍ୟମାନେ କ'ଣ କଲେ ?

ସୈନ୍ୟମାନେ ତାହାଙ୍କ ବସ୍ତ୍ରସବୁ ଗୁଲିବାଣ୍ଟ ଦ୍ୱାରା ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ ଏବଂ ସେଠାରେ ବସି ତାହାଙ୍କୁ ଜଗି ରହିଲେ [୨୭:୩୫-୩୬] ।

କେଉଁ ପତ୍ରକୁ ସେମାନେ ତାଙ୍କ ମସ୍ତକର ଉର୍ଦ୍ଧ୍ୱରେ ଲେଖିଲେ ?

''ଏ ଯିହୂଦୀମାନଙ୍କର ରାଜା ଯୀଶୁ,''ସେମାନେ ଲେଖିଲେ [୨୭:୩୭] ।

Matthew 27:38

ଯୀଶୁଙ୍କ ସହିତ କିଏ କ୍ରୁଶରେ ଚଡାଯାଇଥିଲେ ?

ଯୀଶୁଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ, ଏହିପରି ଦୁଇ ଜଣ ଡକାଇତ ତାହାଙ୍କ ସହିତ କ୍ରୁଶରେ ଚଢ଼ାଗଲେ [୨୭:୩୮] ।

ଲୋକମାନେ ,ପ୍ରଧାନ ଯାଜକମାନେ ,ଶାସ୍ତ୍ରୀମାନେ ଏବଂ ପ୍ରାଚୀନ ମାନେ ଯୀଶୁଙ୍କୁ କ'ଣ କରିବାକୁ ଆହ୍ୱାନ କଲେ ?

ସେମାନେ ସମସ୍ତେ ଯୀଶୁ ନିଜକୁ ନିଜେ ରକ୍ଷା କରୁ ଏବଂ କ୍ରୁଶରୁ ଓହ୍ଲାଇ ଆସୁ ବୋଲି ଆହ୍ୱାନ କଲେ [୩୯:୪୪] ।

Matthew 27:45

ଛଅରୁ ନଅ ଘଣ୍ଟା ଯାଏ କ'ଣ ଘଟିଲା ?

ଛଅରୁ ନଅ ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା [୨୭:୪୫]।

ନଅ ଘଣ୍ଟିକା ସମୟରେ ଯୀଶୁ ଉଚ୍ଚ ସ୍ଵରରେ କ'ଣ ଡାକି କହିଲେ ?

''ହେ ମୋହର ଈଶ୍ୱର, ହେ ମୋହର ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ ? ''ଯୀଶୁ ଡାକି କହିଲେ [୨୭:୪୬]।

Matthew 27:48

ପୁଣିଥରେ ଯୀଶୁ ଉଚ୍ଚ ସ୍ଵରରେ ଡାକି କହିଲା ପରେ କ'ଣ ଘଟିଲା ?

ଯୀଶୁ ତାହାଙ୍କର ପ୍ରାଣ ତ୍ୟାଗ କଲେ [୨୭:୫୦]।

Matthew 27:51

ଯୀଶୁ ପ୍ରାଣ ତ୍ୟାଗ କଲା ପରେ ମନ୍ଦିରରେ କ'ଣ ଘଟିଲା ?

ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା, ଯୀଶୁ ପ୍ରାଣ ତ୍ୟାଗ କଲା ପରେ [୨୭:୫୧] ।

ଯୀଶୁ ପ୍ରାଣ ତ୍ୟାଗ କଲା ପରେ ସମାଧି ଗୁଡିକରେ କ'ଣ ହେଲା?

ଯୀଶୁଙ୍କ ମୃତ୍ୟୁ ପରେ, ସମାଧିରେ ମହାନିଦ୍ରାଗତ ଅନେକ ସାଧୁଲୋକଙ୍କ ଶରୀର ଉତ୍‍ଥାପିତ ହେଲେ ପୁଣି ଅନେକଙ୍କୁ ଦର୍ଶନ ଦେଲେ [୨୭:୫୨-୫୩] ।

Matthew 27:54

ଏହି ସମସ୍ତ ବିଷୟକୁ ଦେଖି , ଶତସେନାପତି କ'ଣ କହିଲେ ?

ଶତସେନାପତି କହିଲେ,''ସତ୍ୟ, ଏ ଈଶ୍ୱରଙ୍କ ପୁତ୍ର ଥିଲେ''[୨୭:୫୪] ।

Matthew 27:57

ଯୀଶୁଙ୍କର କ୍ରୁଶରେ ଚଡାଇଲା ପରେ ଯୀଶୁଙ୍କର ଶରୀର ସହ କ'ଣ ହେଲା?

ଯୀଶୁଙ୍କର ଜଣେ ଧନୀ ଶିଷ୍ୟ ଯୋଷେଫ,ପୀଲାତଙ୍କୁ ଶରୀର ମାଗି ଶରିରଟି ଘେନି ପରିଷ୍କୃତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇ ଆପଣାର ଯେଉଁ ନୂତନ ସମାଧି ପାହାଡରେ ଖୋଲିଥିଲେ ସେଥିରେ ତାହାଙ୍କୁ ରଖିଲେ [୨୭:୬୦]।

Matthew 27:59

ଯେଉଁଠାରେ ଯୀଶୁଙ୍କର ଶରୀର ଥିଲା ସେହି ସମାଧି ଦ୍ଵାରରେ କ'ଣ ରଖା ଯାଇଥିଲା ?

ଯେଉଁଠାରେ ଯୀଶୁଙ୍କର ଶରୀର ଥିଲା ସେ ସମାଧି ଦ୍ୱାରରେ ଖଣ୍ଡିଏ ବଡ଼ ପଥର ରଖାଯାଇଥିଲା [୨୭:୬୦]।

Matthew 27:62

ତହିଁ ଆର ଦିନରେ ପ୍ରଧାନ ଯାଜକ ଓ ଫାରୂଶୀମାନେ ପୀଲାତଙ୍କ ନିକଟରେ କାହିଁକି ଏକତ୍ରୀତ ହୋଇଥିଲେ ?

ପ୍ରଧାନ ଯାଜକ ଓ ଫାରୂଶୀମାନେ ଚାହୁଁଥିଲେ ଯେ ସେମାନେ ସୁନିଶ୍ଚିତ ହେବାକୁ ଚାହୁଁଥିଲେ, ଯୀଶୁଙ୍କର ଶରୀର କେହି ଚୋରି କରି ନେଇ ନ ପାରେ [୨୭:୬୨-୬୪] ।

Matthew 27:65

ପୀଲାତ ସେମାନଙ୍କୁ ସମାଧି ପ୍ରତି କ'ଣ କରିବା ଅନୁମତି ଦେଲେ ?

ପୀଲାତ ପଥର ଉପରେ ମୁଦ୍ରାଙ୍କିତ କରିବା ପାଇଁ ଅନୁମତି ଦେଲେ ଓ ସମାଧିରେ ପ୍ରହରୀ ରଖ ବୋଲି ପୀଲାତ ଅନୁମତି ଦେଲେ [୨୭:୬୫-୬୬]।