Matthew 20

Matthew 20:1

ପ୍ରଭାତରେ ଯେଉଁ ମୂଲିଆମାନଙ୍କୁ ଭୂମିରକର୍ତ୍ତା କାମରେ ଲଗେଇଥିଲେ ସେମାନଙ୍କୁ କେତେ ମଜୁରୀ ଦେବା ପାଇଁ ଭୂମିରକର୍ତ୍ତା ରାଜି ହେଲେ ?

ପ୍ରଭାତରେ ଯେଉଁ ମୂଲିଆମାନଙ୍କୁ ଭୂମିରକର୍ତ୍ତା କାମରେ ଲଗେଇଥିଲେ ସେମାନଙ୍କୁ ଆଠ ଅଣା ମଜୁରୀ ଦେବା ପାଇଁ ଭୂମିରକର୍ତ୍ତା ରାଜି ହେଲେ [୨୦:୧-୨]।

Matthew 20:3

ଯେଉଁମାନଙ୍କୁ ଭୂମିରକର୍ତ୍ତା ତିନିଟା, ନଅଟା ଏବଂ ଏଗାରଟାରେ କାମରେ ଲଗେଇଥିଲେ କେତେ ମଜୁରୀ ଦେବେ ବୋଲି ରାଜି ହେଲେ ?

ଭୂମିରକର୍ତ୍ତା ଯାହା ଉଚିତ୍ ସେମାନଙ୍କୁ ଦେବି ବୋଲି କହିଲେ [୨୦:୪-୭]।

Matthew 20:8

ଏଗାରଟା ସମୟରେ ଯେଉଁମାନଙ୍କୁ କାର୍ଯ୍ୟରେ ନିଯୁକ୍ତି କରାଯାଇଥିଲା ସେମାନେ କେତେ ମଜୁରୀ ପ୍ରାପ୍ତ କଲେ ?

ଏଗାରଟା ସମୟରେ ଯେଉଁମାନଙ୍କୁ କାର୍ଯ୍ୟରେ ନିଯୁକ୍ତି କରାଯାଇଥିଲା ସେମାନେ ଏକ ଅଣା ପ୍ରାପ୍ତ କଲେ [୨୦:୯]।

Matthew 20:11

ଯେଉଁ ଦାସଗଣମାନେ ପ୍ରାପ୍ତକାଳରେ କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ ସେମାନେ କ'ଣ ଅଭିଯୋଗ କଲେ ?

ସେମାନେ ଅଭିଯୋଗ କଲେ ଯେ ସେମାନେ ଦିନସାରା କାମ କଲେ କିନ୍ତୁ ମଜୁରୀ ଏକ ଘଣ୍ଟା କାମ କରିଥିବା ମଜୁରୀମାନଙ୍କ ସମାନ ମଜୁରୀ ପ୍ରାପ୍ତ କଲେ [୨୦:୧୧-୧୨]।

Matthew 20:13

କାର୍ଯ୍ୟକାରୀମାନଙ୍କ ଅଭିଯୋଗକୁ କିପରି ଭୂମିରକର୍ତ୍ତା ଉତ୍ତର ଦେଲେ ?

ଭୂମିରକର୍ତ୍ତା କହିଲେ ଯେ ପ୍ରାପ୍ତକାଳରେ ନିଯୁକ୍ତି ହୋଇଥିବା କାର୍ଯ୍ୟକାରୀମାନେ ଆଠ ଅଣା ମଜୁରୀ ପାଇଁ ରାଜି ହୋଇଥିଲେ,ଏବଂ ଅନ୍ୟ କାର୍ଯ୍ୟକାରୀମାନଙ୍କୁ ସମାନ ମଜୁରୀ ଦେବା ଏହା ତାହାର ଅଧିକାର ଓ ଆନନ୍ଦ ଥିଲା [୨୦:୧୩-୧୫]।

Matthew 20:17

କେଉଁ ଘଟଣା ଯୀଶୁ ପୂର୍ବରୁ ଶିଷ୍ୟମାନଙ୍କୁ କହିଲେ ଯେତେବେଳେ ସେମାନେ ଯିରୂଶାଲମକୁ ଯାଉଥିଲେ?

ପ୍ରଧାନ ଯାଜକ ଓ ଶାସ୍ତ୍ରୀ-ମାନଙ୍କ ହସ୍ତରେ ସମର୍ପିତ ହେବେ ପୁଣି ସେମାନେ ତାହାଙ୍କୁ ପ୍ରାଣ ଦଣ୍ଡାଜ୍ଞା ଦେଇ ପରିହାସ, କୋରଡ଼ା ପ୍ରହାର ଓ କ୍ରୁଶରେ ବଧ କରିବା ନିମନ୍ତେ ବିଜାତିମାନଙ୍କ ହସ୍ତରେ ସମର୍ପଣ କରିବେ, ଆଉ ତୃତୀୟ ଦିବସରେ ସେ ଉତ୍‍ଥିତ ହେବେ ବୋଲି ଯୀଶୁ ଆପଣା ଶିଷ୍ୟ ମାନଙ୍କୁ କହିଲେ [୨୦:୧୭-୧୯] ।

Matthew 20:20

ଜେବଦୀଙ୍କ ପୁତ୍ରମାନଙ୍କ ମାତା ଯୀଶୁଙ୍କୁ କ'ଣ ଅନୁରୋଧ କଲେ ?

ସେ ଚାହୁଁଥିଲେ ଯୀଶୁ ଆଦେଶ ଦିଅନ୍ତୁ ଯେ ତାହାରି ଦୁଇ ପୁତ୍ର ତାଙ୍କରି ରାଜ୍ୟରେ ଯେପରି ତାଙ୍କ ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଜଣେ ବାମ ପାର୍ଶ୍ୱରେ ବସନ୍ତି [୨୦:୨୦-୨୧] ।

Matthew 20:22

କିଏ ତାଙ୍କରି ଦକ୍ଷିଣ ପାର୍ଶ୍ୱରେ ଓ ବାମ ପାର୍ଶ୍ୱରେ ବସିବେ ତାହା କିଏ ନିଷ୍ପତ୍ତି ନିଅନ୍ତି ବୋଲି ଯୀଶୁ କହିଲେ ?

ଯେଉଁମାନଙ୍କ ନିମନ୍ତେ ପିତାଙ୍କ ଦ୍ୱାରା ସେହି ସ୍ଥାନ ପ୍ରସ୍ତୁତ କରାଯାଇଅଛି, ସେମାନେ ବସିବେ ବୋଲି ଯୀଶୁ କହିଲେ [୨୦:୨୩] ।

Matthew 20:25

କିପରି ଯୀଶୁ କହଲେ ଯେ ତାହାରି ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ମହାନ ହେବ ବୋଲି ?

ଯିଏ ମହାନ ହେବାକୁ ଚାହେଁ ସେ ପ୍ରଥମେ ନିଜକୁ ଦାସ କରିବା ଉଚିତ୍ ବୋଲି ଯୀଶୁ କହିଲେ [୨୦:୨୬]।

କାହିଁକି ଯୀଶୁ ଆସିଛନ୍ତି ବୋଲି ସେ କହିଲେ ?

ଯୀଶୁ ଯେ ସେ ସେବା ପାଇବାକୁ ଆସି ନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟସ୍ୱରୂପ ପ୍ରାଣ ଦେବାକୁ ଆସିଅଛନ୍ତି ବୋଲି କହିଲେ [୨୦:୨୮] ।

Matthew 20:29

ପଥ ପାର୍ଶ୍ୱରେ ଦୁଇ ଜଣ ଅନ୍ଧ ଯୀଶୁ ସେହି ପଥ ଦେଇ ଯାଉଅଛନ୍ତି ବୋଲି ଶୁଣି କ'ଣ କଲେ ?

ଦୁଇ ଜଣ ଅନ୍ଧ ଉଚ୍ଚ ସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦଙ୍କର ସନ୍ତାନ, ଆମ୍ଭମାନଙ୍କୁ ଦୟା କର [୨୦:୩୦]।

Matthew 20:32

କାହିଁକି ଯୀଶୁ ଦୁଇ ଅନ୍ଧ ବ୍ୟକ୍ତିକୁ ସୁସ୍ଥ କଲେ ?

ଯୀଶୁ ଦୁଇ ଅନ୍ଧ ବ୍ୟକ୍ତିକୁ ସୁସ୍ଥ କଲେ କାରଣ ସେ ଦୟାରେ ବିଗଲିତ ହେଲେ [୨୦:୩୪]।