''ଯେକୌଣସି କାରଣରୁ ଆପଣା ସ୍ତ୍ରୀକୁ ପରିତ୍ୟାଗ କରିବା କଅଣ ନ୍ୟାୟସଙ୍ଗତ ?''ଫାରୂଶୀମାନେ ଯୀଶୁଙ୍କୁ ପ୍ରଶ୍ନ କଲେ [୧୯:୩]।
ଯୀଶୁ କହିଲେ ଯେ ସୃଷ୍ଟିକର୍ତ୍ତା ଆଦ୍ୟରୁ ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ [୧୯:୪]।
ଯୀଶୁ କହିଲେ ଯେ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀଠାରେ ଆସକ୍ତ ହେବ [୧୯:୫]।
ଯେତେବେଳେ ପୁରୁଷ ନିଜ ସ୍ତ୍ରୀଠାରେ ଆସକ୍ତ ହୁଏ, ସେ ଦୁହେଁ ଏକାଙ୍ଗ ହୁଅନ୍ତି ବୋଲି ଯୀଶୁ କହିଲେ [୧୯:୫-୬]।
ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ବିଭିନ୍ନ ନ କରୁ ବୋଲି ଯୀଶୁ କହିଲେ [୧୯:୬]।
ମୋଶା ସେମାନଙ୍କର ହୃଦୟର କଠିନତା ହେତୁ ବିବାହ ତ୍ୟାଗପତ୍ର ଅନୁମତି ଦେଇଅଛନ୍ତି ବୋଲି ଯୀଶୁ କହିଲେ [୧୯:୭-୮]।
ଯେ କେହି ଆପଣା ସ୍ତ୍ରୀକୁ ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ ଏବଂ ସେ ସ୍ତ୍ରୀକୁ ଯେ କେହି ବିବାହ କରେ ସେ ବ୍ୟଭିଚାର କରେ ବୋଲି ଯୀଶୁ କହିଲେ [୧୯:୯]।
ନପୁଂସକ ହେବାକୁ ଯେଉଁମାନେ ଗ୍ରହଣ କରି ପାରନ୍ତି ସେମାନେ ଗ୍ରହଣ କରନ୍ତୁ ବୋଲି ଯୀଶୁ କହିଲେ [୧୯:୧୦-୧୨]।
ଯେତେବେଳେ କିଛି ଶିଶୁମାନଙ୍କୁ ଯୀଶୁଙ୍କ ନିକଟକୁ ଅଣାଗଲା ଶିଷ୍ୟମାନେ ସେମାନଙ୍କୁ ଧମକ ଦେଲେ [୧୯:୧୩]।
ଶିଶୁମାନଙ୍କୁ ମୋ' ନିକଟକୁ ଆସିବାକୁ ଦିଅ କାରଣ ସ୍ୱର୍ଗରାଜ୍ୟ ଏହି ପ୍ରକାର ଲୋକମାନଙ୍କର ବୋଲି ଯୀଶୁ କହିଲେ [୧୯:୧୪]।
ଯୀଶୁ ଯୁବକକୁ ସ୍ଵର୍ଗ ରାଜ୍ୟରେ ପ୍ରବେଶ କରିବାକୁ ହେଲେ ଆଦେଶ ମାନିବାକୁ ପଡିବ [୧୯:୧୬-୧୭]।
ଯେତେବେଳେ ଯୁବକ କହିଲେ ଯେ ସେ ସମସ୍ତ ଆଜ୍ଞାକୁ ପାଳନ କରୁଅଛି, ଯୀଶୁ ତାହାକୁ ସମସ୍ତ ସମ୍ପତ୍ତିକୁ ବିକ୍ରୀ କରି ଗରିବଙ୍କୁ ଦାନ କରିବାକୁ କହିଲେ [୧୯:୨୦-୨୧]।
ଯୁବକ ଦୁଃଖିତ ହୋଇ ଚାଲିଗଲେ, କାରଣ ତାଙ୍କର ବହୁତ ସମ୍ପତ୍ତି ଥିଲା [୧୯:୨୨]।
ଧନୀଲୋକ ଅତି କଷ୍ଟରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ,କିନ୍ତୁ ପରମେଶ୍ୱରଙ୍କ ସହିତ ସବୁ କିଛି ସମ୍ଭବ ବୋଲି ଯୀଶୁ କହିଲେ [୧୯:୨୩-୨୬]।
ନୂତନ ସୃଷ୍ଟିରେ ସେମାନେ ଦ୍ୱାଦଶ ସିଂହାସନରେ ଉପବେଶନ କରି ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବେ ବୋଲି ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ [୧୯:୨୮] ।
ଯେଉଁମାନେ ବର୍ତ୍ତମାନ ପ୍ରଥମରେ ଅଛନ୍ତି ସେମାନେ ଶେଷରେ ରହିବେ ଏବଂ ଯେଉଁମାନେ ବର୍ତ୍ତମାନ ଶେଷରେ ଅଛନ୍ତି ସେମାନେ ପ୍ରଥମରେ ରହିବେ ବୋଲି ସେମାନଙ୍କ ବିଷୟରେ କହିଲେ [୧୯:୩୦]।